centurian jitm

ଟିଟିଲାଗଡ ହାଟପଦାପଡ଼ା ଶାନ୍ତିନିବାସ ଗଳିରେ ପିଏଚ୍‌ଡି ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣିରୁ ବାହାରୁଛି ଦୁର୍ଗନ୍ଧ : ସାଧାରଣରେ ଅସନ୍ତୋଷ

nschool

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ପୌରପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧୫ର ଶାନ୍ତିନିବାସ ଗଳିରେ ରହୁଥିବା ଲୋକେ ଅଭିଯୋଗ କରିଛନ୍ତି ଯେ, ପିଏଚ୍‌ଡି ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ପିଇବା ପାଣି ପାଇଖାନାରୁ ବାହାରୁଥିବା ଅସନା ପାଣି ଭଳି ଦୁର୍ଗନ୍ଧ ହେଉଛି । ପ୍ରଥମେ ଲୋକେ ଜାଣିପାରୁ ନଥିବା ବେଳେ କିଛି ଦିନ ହେବ ପାଣିରୁ ଦୁର୍ଗନ୍ଧ ବାହାରୁଥିବା ସହ ଗୋଳିଆ ପାଣି ବାହାରୁଛି । ଲୋକଙ୍କ କହିବାନୁଯାୟୀ କେଉଁ ସ୍ଥାନର ପାଇଖାନା ଟାଙ୍କିରୁ ବାହାରୁଥିବା ଆବର୍ଜ୍ଜନା ପାଣି ସହ ମାଟି ତଳେ କେଉଁଠି ପାଇପ ବୋଧେ ଫାଟି ପିଇବା ପାଣି ପାଇପ ଭିତରେ ପସି ଆସୁଛି ଯଦ୍ୱାରା ଏହି ପାଣି ପାଇଖାନା ଟାଙ୍କିରୁ ନିର୍ଗତ ହେଉଥିବା ଅସନା ପାଣି ଭଳି ଦିଶୁଛି ବୋଲି ଚର୍ଚ୍ଚା ହେଉଛି ।

ଯଥା ଶୀଘ୍ର ପିଏଚ୍‌ଡି ବିଭାଗ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବା ସହ ଅତି ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି । ଆଗକୁ ଯଦି କିଏ ଏହି ପାଣି ପିଏ ତାହେଲେ ହଇଜା ହେବା ସହ ଅନ୍ୟାନ୍ୟ ରୋଗର ଶିକାର ନ ହେବ ବୋଲି ବା କିଏ କହିପାରିବ । ବହୁତ ସ୍ଥାନରେ ବିଭିନ୍ନ କାର୍ଯ୍ୟ କରୁଥିବା ଯୋଗୁଁ ଗାତ ଖୋଳା ଯାଉଛି । ହୁଏତ ସେ ଭିତରେ କିଛି ସ୍ଥାନରେ ଏହି ଅସନା ପାଣି ପିଇବା ପାଇପ ଲାଇନରେ ମିଶି ଆସୁଛି କି ବୋଲି ଲୋକ ସନ୍ଦେହ କରୁଛନ୍ତି ଲୋକେ । ସେ ଯାହା ବି ହେଉ ଯଥା ଶୀଘ୍ର ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି ।

Leave A Reply

Your email address will not be published.