jayashree

ଉତ୍କଳ ଗ୍ରାମୀଣ ବ୍ୟାଙ୍କରେ ଶ୍ରମିକ ଅଶାନ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବ୍ୟାଙ୍କ କର୍ତ୍ତୃପକ୍ଷ ଓ ପରିଚାଳନା ମଣ୍ଡଳୀର ମନମୁଖୀ ଶାସନର ପ୍ରତିବାଦରେ ଗତ ତା.୧୭/୧୦/୨୦୨୧ରେ ସଂଘର କାର୍ଯ୍ୟକାରିଣୀ ବୈଠକରେ ଏହାର ତିବ୍ର ବିରୋଧ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ନିଷ୍ପତ୍ତି ମୁତାବକ ସଂଘର ଆଭିମୁଖ୍ୟ ଓ ସଂଘକୁ ଶ୍ରମିକମାନଙ୍କର ନ୍ୟାର୍ଯ୍ୟ ଦାବୀ ଉପରେ ଆଲୋଚନା କରିବାକୁ ଆମନ୍ତ୍ରଣ କରିବା ପାଇଁ ଲିଖିତ ଭାବରେ ଅବଗତ କରି ଦିଆଯାଇଥିଲା । କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଆଜି ପର୍ଯ୍ୟନ୍ତ ସଂଘକୁ ଆଲୋଚନା ପାଇଁ ଆମନ୍ତ୍ରଣ କରିନଥିବାରୁ ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବାକୁ ସଂଘ ବାଧ୍ୟ ହୋଇଛି ବୋଲି ସଂଘ ସଂପାଦକ ପୁଲିନ ମିଶ୍ର ଓ ସଭାପତି ସତ୍ୟନାରାୟଣ ମିଶ୍ର ଏକ ପ୍ରେସ ବିଜ୍ଞତ୍ତି ଜରିଆରେ ଜଣାଇଛନ୍ତି । କର୍ମଚାରୀମାନଙ୍କର ନ୍ୟାର୍ଯ୍ୟଦାବୀ ପ୍ରତି ବ୍ୟାଙ୍କ କର୍ତ୍ତୃପକ୍ଷ ଓ ମହାପ୍ରବନ୍ଧକମାନଙ୍କ ଉଦାସୀନତା ମନୋଭାବର ପ୍ରତିବାଦରେ ଆସନ୍ତା ନଭେମ୍ବର ୯ ଓ ୧୦ ତାରିଖରେ ବ୍ୟାଙ୍କର ୪୩୫ ଶାଖା, ମୁଖ୍ୟ କାର୍ଯ୍ୟାଳୟ ଓ ଆଞ୍ଚଳିକ କାର୍ଯ୍ୟାଳୟରେ କାର୍ଯ୍ୟରତ ୬୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସୂଚନା ଦେଇଛନ୍ତି । ଆହୁରି ମଧ୍ୟ ସେମାନେ ଜଣାଇଛନ୍ତି ଏହି ଦୁଇ ଦିନିଆ ଧର୍ମଘଟରେ ଯଦି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ମନୋଭାବରେ ପରିବର୍ତ୍ତନ ନ ଆସେ ଏବଂ ସଂଘର ନ୍ୟାର୍ଯ୍ୟ ଦାବୀ ଉପରେ କର୍ଣ୍ଣପାତ ନ କରନ୍ତି ଆଗାମୀ ଦିନରେ ଆନ୍ଦୋଳନକୁ ତିବ୍ରତର କରି ୧୭ଟି ଜିଲ୍ଲାର ସମସ୍ତ ଶାଖାକୁ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.