ଆସନ୍ତା କାଲି ଓଡ଼ିଶାରେ ପହଞ୍ଚିବ ଓଡ଼ିଆ ଯବାନ ଥବିରଙ୍କ ମୃତ ଦେହ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କରମତଲା ପଞ୍ଚାୟତ ଗୁରମୁନି ଗ୍ରାମର ଥବିର ବୁଡେକ ଯବାନ ଜଣଙ୍କ କାର୍ଯ୍ୟରତ ଥିବା ସମୟରେ ତାଙ୍କ ଉପରେ ଗାଡି ଚଢି ଯାଇଥିବା ବେଳେ ତାଙ୍କ ମୃତ୍ୟୁ ହୋଇଯାଇଥିଲା । ଯାହାକୁ ନେଇ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ଆସନ୍ତା କାଲି ଭୁବନେଶ୍ୱର ଏୟାରପୋର୍ଟରେ ୧୦.୨୦ ମିନିଟ ସମୟରେ ତାଙ୍କର ମୃତ ଦେହ ପହଞ୍ଚି ବୋଲି ଜଣାପଡିଛି । ଅନ୍ୟପଟେ ସହିଦ ଯବାନ ଥବିରଙ୍କ ବାପା ଦିବା, ମା ଯଶୋବନ୍ତି, ପତ୍ନୀ ରୀନା, ୧୪ ବର୍ଷର ପୁଅ ହିତେଶ ଏବଂ ୯ ବର୍ଷର ଝିଅ ସମୀକ୍ଷା ଏବଂ ତିନି ଭାଇଙ୍କ ଆଖିରୁ ଲୁହ ଶୁଖୁ ନାହିଁ । ଚାରି ଭାଇଙ୍କ ମଧ୍ୟରୁ ଥବିର ସବୁ ଠାରୁ ବଡ଼। ଗାଁରେ ସମସ୍ତଙ୍କ ଅତି ପ୍ରିୟପାତ୍ର ଥିଲେ । ଶେଷ ଥର ସାନ ଭାଇର ବାହା ଘର ପାଇଁ ଫେବୃୟାରୀ ମାସରେ ଛୁଟି ନେଇ ଆସିଥିଲେ । ତେବେ ତାଙ୍କର ପାର୍ଥିବ ଶରୀର ନିଜ ଭିଟାମାଟି ଆସନ୍ତା କାଲି ପହଞ୍ଚିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ କୃତ୍ୟ ସମ୍ପନ୍ନ ହେବ ବୋଲି ଜଣାପଡିଛି । ତେବେ ବର୍ତ୍ତମାନ ସୁଦ୍ଧା ଗାଁ ମାଟି ଝୁରୁ ଥିବା ବେଳେ ଅନେକ ଲୋକଙ୍କ ଆଖିରେ ଲୁହ ମଧ୍ୟ ଝରୁ ଥିବା ଦେଖିବାକୁ ମିଳିଛି ।

Leave A Reply

Your email address will not be published.