om academy

ଜାତୀୟ ପତାକାକୁ ଅସମ୍ମାନ କରି ନିଲମ୍ବିତ ହେଲେ ଶିକ୍ଷୟତ୍ରୀ ସ୍ନେହଲତା ରାୟଗୁରୁ

jsm

ବୌଦ୍ଧ, (ବଂଶୀଧର ମାଝୀ) : ଜାତୀୟ ପତାକାକୁ ଅସମ୍ମାନ କରି ଶିକ୍ଷୟତ୍ରୀ ସ୍ନେହଲତା ରାୟଗୁରୁ ନିଲମ୍ବିତ ହୋଇଥିବା ଜଣାପଡିଛି । ସୂଚନା ଯୋଗ୍ୟ ଯେ, ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ନୁର୍ପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗତ ୧୫ ତାରିଖରେ ସ୍ୱାଧୀନତା ଦିବସ ଦିନ ବିଦ୍ୟାଳୟରେ ପତାକା ଉତ୍ତୋଳନ କରି ପରବର୍ତ୍ତୀ ଦିନ ୧୧ଟା ପର୍ଯ୍ୟନ୍ତ ପତାକା ଅବତରଣ କରାନଯାଇ ଜାତୀୟ ପତାକାକୁ ଅସମ୍ମାନ କରାଯାଇଥିବା ଅଭିଯୋଗ ହୋଇଥିଲା । ଗଣ ମାଧ୍ୟମରେ ପ୍ରକାଶିତ ଖବରକୁ ଭିତ୍ତି କରି ଓ ମନ ମୁଣ୍ଡା, କ୍ଲଷ୍ଟର୍ ସିଆର୍‌ସିସିଙ୍କ ରିପୋର୍ଟ ଆଧାରରେ ଜିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେର କୁଜୁର୍ ଗତକାଲି ନିଲମ୍ବନ ଆଦେଶ ଦେଇଥିବା ବେଳେ ଆଜି ନୁର୍ପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସ୍ନେହଲତା ରାୟଗୁରୁଙ୍କୁ ନିଲମ୍ବିତ କରାଯାଇଛି ।

Leave A Reply

Your email address will not be published.