ଅସହ୍ୟ ଜାଡରେ ଥରୁଛି ସୁନ୍ଦରଗଡ଼ : ଜନଜୀବନ ଅସ୍ତବ୍ୟସ୍ତ

ସୁନ୍ଦରଗଡ଼ : ଶୀତରେ ଥରୁଛି ସାରା ଓଡିଶା । ଖାସ୍‌ କରି ପଶ୍ଚିମ ଓଡିଶାରେ ଶୀତର ପ୍ରଭାବ ବେଶି ଦେଖିବାକୁ ମିଳିଛି । ସୁନ୍ଦରଗଡ଼ରେ ତାପମାତ୍ରା ଖସିଛି । ସଂଧ୍ୟା ୭ଟା ହେଲେ ରାସ୍ତାଘାଟ ଶୁନଶାନ ହୋଇଯାଉଛି । ସେହିପରି ସକାଳ ୧୦ଟା ପୂର୍ବରୁ କେହି ବାହାରକୁ ବାହାରୁନାହାନ୍ତି । ତେବେ ଏହି ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ବିଭିନ୍ନ ସ୍ଥାନରେ ନିଆଁ ଜାଳୁଛନ୍ତି । ଏପିରିକି ଲୋକମାନେ ନିଜ ଘର ବାହାରେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳୁଛନ୍ତି । ଚା’ ଦୋକାନରେ ସକାଳୁ ସକାଳୁ ଭିଡ ଜମୁଥିବା ସହ ଶୀତରୁ ରକ୍ଷା ପାଇବା ପାଇଁ କିଏ ଶାରୀରିକ ବ୍ୟାୟମ କରୁଛନ୍ତି ତ ଆଉ କିଏ ଏହି ଶୀତର ମଜା ନେଉଛନ୍ତି ।

Leave A Reply

Your email address will not be published.