oom

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ଦୁଇ ଜଣ ଗିରଫ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ଥାନା ଅଧିନସ୍ଥ ଶ୍ରୀପତୀପୁର ଗ୍ରାମର ନାବାଳିକା ଛାତ୍ରୀକୁ ଅସଦାଚରଣ ଅଭିଯୋଗରେ ପୋଲିସ ଦୁଇ ଜଣକୁ ଗିରଫ କରି ପୁରୀ ପୋସ୍କ ଅଦାଲତରେ ହାଜର କରାଇଥିବା ସୂଚନା ମିଳିଛି । ପୀଡ଼ିତା ନାବାଳିକା ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ପୋଲିସ ଦୁଇ ଅଭିଯୁକ୍ତ ସାକ୍ଷୀଗୋପାଳ ଅଞ୍ଚଳର କାହ୍ନୁ ମହାନ୍ତି ଓ ଶ୍ରୀପତୀପୁରର ସନ୍ତୋଷ ବାରିକକୁ ଗିରଫ କରିଥିଲେ । ଅନ୍ୟ ପଟରେ ନାବାଳିକା ଛାତ୍ରୀର ପିତା ଅଭିଯୁକ୍ତ ସନ୍ତୋଷ ବାରିକ ଘରକୁ ଯାଇ ତାଗିଦ କରିଥିବା ସ୍ଥଳେ ସନ୍ତୋଷର ଭଉଣୀ ପୁଷ୍ପିତା ବାରିକଙ୍କ ଅଭିଯୋଗ କ୍ରମେ ଛାତ୍ରୀଙ୍କ ପିତାଙ୍କୁ ଗିରଫ କରଯାଇ ପିପିଲି କୋର୍ଟରେ ହାଜର କରାଯାଇଥିବା ଡେଲାଙ୍ଗ ଥାନା ଆଇଆଇସି ଅନିଲ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

jittmm
Leave A Reply

Your email address will not be published.