ଆରପାରିରେ ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆ

ମୁମ୍ବାଇ : ଆଜି ସକାଳେ ଅକ୍ଷୟ କୁମାରଙ୍କ ମାଆ ଅରୁଣା ଭାଟିଆଙ୍କ ଦେହାନ୍ତ ହୋଇଯାଇଥିବା ସୂଚନା ମିଳିଛି । ଏହି ଖବର ବିଷୟରେ ଅକ୍ଷୟ କୁମାର ସୋସିଆଲ ମିଡିଆରେ ସୂଚନା ପ୍ରଦାନ କରିଛନ୍ତି । କିଛି ଦିନ ପୂର୍ବରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଅଭିନେତା ତାଙ୍କ ମାଆଙ୍କୁ ଦେଖିବାକୁ ଭାରତ ଫେରି ଆସିଥିଲେ । ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରି ସେ ଲେଖିଛନ୍ତି ଯେ, ‘ସେ ମୋ ଜୀବନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ । ଆଜି ମୁଁ ଅସହ୍ୟ ଯନ୍ତ୍ରଣା ଭୋଗୁଛି, ମୋ ମା’ ଅରୁଣା ଭାଟିଆ ଏହି ଦୁନିଆ ଛାଡି ଚାଲିଯାଇଛନ୍ତି ଏବଂ ବର୍ତ୍ତମାନ ସେ ପାପାଙ୍କ ସହ ଅଛନ୍ତି । ଆମ ପରିବାର ବର୍ତ୍ତମାନ ଏହି କଷ୍ଟଦାୟକ ସମୟ ଦେଇ ଗତି କରୁଥିବାରୁ ଆମେ ଆପଣଙ୍କର ପ୍ରାର୍ଥନା ଆବଶ୍ୟକ କରୁଛୁ’ ।

Leave A Reply

Your email address will not be published.