ଦଶରଥଙ୍କ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ କେରମେଲି ପଞ୍ଚାୟତ ଆଦିବାସୀପଡ଼ାରେ ବସବାସ କରନ୍ତି ଦଶରଥ ଦେବଗୁରୁ । କେତେ ସୁଖରେ ପରିବାରର ଲୋକଙ୍କ ଘର ସଂସାର ଚଳୁଥିଲା । ହେଲେ ଘରକୁ ମାଡି ଆସିଲା ଦୁଃଖର ଢେଉ । ଅନେକ ହସ ଖୁସିରେ ଦଶରଥଙ୍କ ଦିନ ବିତୁ ଥିବା ବେଳେ ଅଜଣା ରୋଗରେ ପୀଡିତ ହୋଇ ଭୋକ ଉପବାସରେ ଏବେ ଦିନ କାଟୁଛନ୍ତି ତାଙ୍କ ପରିବାର ଲୋକେ । ସେ ଜଣେ ଅସହାୟ ଗରିବ ନିରୀହ ଲୋକ ହୋଇଥିବା ବେଳେ ଭିକ୍ଷା ବୃତ୍ତି କରି ନିଜର ପରିବାରର ଗୁଜୁରାଣ ମେଣ୍ଟାଉଥିଲେ । ହଠାତ୍ ଏକ ଅଜଣା ରୋଗର ଶିକାର ହେବା ପରେ ଯାହା ଟଙ୍କା ତାଙ୍କ ପାଖରେ ଥିଲା, ସବୁ ଖର୍ଚ୍ଚ ହୋଇଗଲା । ଏବେ ଚିକିତ୍ସା ପାଇଁ ଅର୍ଥ ସାଜିଛି ପ୍ରତିବନ୍ଧକ । ଦିନକୁ ଦିନ ପେଟ ଫୁଲିବାରେ ଲାଗିଛି । ଶୋଇବା ପାଇଁ କଷ୍ଟ ହେଉଥିବା ମଧ୍ୟ ପରିବାର ଲୋକେ କହିଛନ୍ତି । ସରକାରଙ୍କ ପକ୍ଷରୁ ମାଗଣାରେ ଚାଉଳ ମିଳୁଥିବା ବେଳେ ଚାଉଳ ସରିଗଲା ପରେ ପରିବାର ଲୋକେ ଭୋକ ଉପବାସସରେ ଦିନ କାଟୁଛନ୍ତି । ତେବେ ଜିଲ୍ଲା ପ୍ରଶାସନ ତୁରନ୍ତ ଦୃଷ୍ଟି ଆକର୍ଷଣ କରି ଦଶରଥଙ୍କ ଚିକିତ୍ସାର ବ୍ୟବସ୍ଥା କରିବା ପାଇଁ ପରିବାର ଲୋକେ ଗୁହାରି ଜଣାଇଛନ୍ତି । ଏନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ମନୋଜ ମହାଜନ ସତ୍ୟବାନଙ୍କୁ ପଚାରିବାରୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡରେ ବଲାଙ୍ଗିର ଜିଲ୍ଲାରେ ଚିକିତ୍ସାର ବ୍ୟବସ୍ଥା କରାଯାଇଛି । ଯଦି କୌଣସି ଚିକିତ୍ସାର ବ୍ୟବସ୍ଥା ନ ହେଲେ, ମତେ ପୁଣି ଥରେ ଜଣାଇବେ ବୋଲି କହିଛନ୍ତି ।

Leave A Reply

Your email address will not be published.