ls

ଅର୍ଥ ସାଜିଛି ବାଧକ : ପାରାଲିସିସରେ ସୁନାଫୁଲ

sb

ଖପ୍ରାଖୋଲ, (କ୍ରିଷ୍ଣା ସେଠୀ) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ କରୁଆଁଝର ପଞ୍ଚାୟତ ଅନ୍ତର୍ଗତ ମସିଣା ଗାଁର ସୁନାଫୁଲ ବିଭାର ପାରାଲିସିସ୍ ରୋଗରେ ଖଟରେ ପଡି ରହିଛନ୍ତି । ପରିବାରର ୩ଜଣ ସଦସ୍ୟ ‌ସ୍ୱାମୀ, ସ୍ତ୍ରୀ ଓ ତା‌ଙ୍କର ପୁଅ ରହନ୍ତି । ପାରାଲିସିସ୍ ହେବାର ୨ମାସ ହେଲାଣି । ହେଲେ ବୃଦ୍ଧ ସ୍ୱାମୀ ଡାକ୍ତର ଖାନା ନେଇ ନେଇ ହାରି ଗଲେଣି । ଏବେ ତାଙ୍କ ପାଖରେ ଟଙ୍କା ନଥିବାରୁ ୨ମାସ ହେବ ଖଟରେ ସୁନାଫୁଲ ପଡି ରହିଛନ୍ତି । ପୁଅ ଟଙ୍କା ପାଇଁ ବାହାର ରାଜ୍ୟକୁ ଦାଦନ ଖଟି ଯାଇଛନ୍ତି ।ଏବେ ସୁନାଫୁଲ ଓ ସ୍ୱାମୀ ବେନାର୍ଜିଙ୍କ ଘର ଭାଙ୍ଗି ଯାଇଥିବାରୁ ପଡୋଶୀ ଘରର ବାରଣ୍ଡାରେ ଏକ ପଲିଥିନ ଢାଙ୍କି ରହୁଛନ୍ତି । ହେଲେ ସୁନାଫୁଲକୁ ଭତ୍ତା ମଧ୍ୟ ମିଲୁନଥିବାରୁ ସ୍ୱାମୀ ସ୍ତ୍ରୀ କଷ୍ଟେ ମଷ୍ଟେ ଚଲୁଛନ୍ତି । ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

pc pk
Leave A Reply

Your email address will not be published.