ଭୁବନେଶ୍ୱର, (କେପିଏନ୍ଏସ୍) : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷା, ସାହିତ୍ୟର ଅନ୍ୟତମ ସାରସ୍ଵତ ସାଧକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସମାଜ ସଂସ୍କାର ଦିଗରେ ତାଙ୍କର ଜୀବନ ବ୍ୟାପୀ ଉଦ୍ୟମ ସହ ଭାଷା ଓ ସାହିତ୍ୟକୁ ସମୃଦ୍ଧ କରୁଥିବା ଅନନ୍ୟ ସୃଜନ ସୃଷ୍ଟି ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Prev Post