ନୂଆପଡ଼ା, (ସନ୍ତୋଷ ପଟ୍ଟନାୟକ) : ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ଧରମସାଗର ଛକ ନିକଟ ଜାତୀୟ ରାଜପଥ ୩୫୩ରେ ଏକ ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ହେଲେ ଡୁମେରବାହାଲ ଗ୍ରାମର ଗୌରାଙ୍ଗ ଛତ୍ରିଆ (୨୫) । ସେ ଖଡ଼ିଆଳରୁ ନିଜ କାମ ସାରି ଗାଁକୁ ଫେରୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ଧକ୍କା ଦେଇ ଫେରାର ହୋଇଯାଇଥିଲା । ଖବର ପାଇ ଖଡ଼ିଆଳ ପୋଲିସ ଉକ୍ତ ଟ୍ରକଟିକୁ ଅଟକ ରଖିଥିବା ଜଣାପଡିଛି । କୋମନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋମନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଅବ୍ୟାହତ ରଖିଛନ୍ତି ।
