ଖରଜୁରା ଜନ ଆରୋଗ୍ୟ ସମିତି ଗଠିତ

ସୁବର୍ଣ୍ଣପୁର, ( ପ୍ରଭୁଦତ୍ତ ରଥ ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧିନରେ ଥିବା ଖରଜୁରା ସ୍ଵାସ୍ଥ୍ୟ ଉପକେନ୍ଦ୍ର ଓ ସ୍ଵାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରରେ ସଂପ୍ରତି ଜନ ଆରୋଗ୍ୟ ସମିତି ଗଠିତ ହୋଇଯାଇଛି । ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଅଧିକ୍ଷକ ଡାକ୍ତର ସଂଗୀତା ଚୌଧୂରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ଜନ ଆରୋଗ୍ୟ ସମିତି ଗଠିତ ହୋଇଥିଲା । ଖରଜୁରା ଗ୍ରାମ ପଂଚାୟତର ସରପଞ୍ଚ ଶ୍ରୀମତୀ ଅନୁପମା ସେଠୀ ଜନ ଆରୋଗ୍ୟ ସମିତିର ଅଧ୍ୟକ୍ଷ୍ୟ ପଦ ମଣ୍ଡନ କରିଥିବା ବେଳେ ଡାକ୍ତର ରାମ ଶଙ୍କର ତ୍ରିପାଠୀ ସହଅଧ୍ୟକ୍ଷ୍ୟ ଏବଂ କମ୍ୟୁନିଟି ହେଲଥ ଅଫିସର ଶ୍ରୀମତୀ ରେଖାରାଣୀ ଦାଶ ସଭ୍ୟସଂପାଦକ ପଦ ମଣ୍ଡନ କରିଥିଲେ। ଏହି ଜନ ଆରୋଗ୍ୟ ସମିତିରେ ଖରଜୁରା ସ୍ଵାସ୍ଥ୍ୟ ଉପକେନ୍ଦ୍ର ସହ ସଂଶ୍ଲିଷ୍ଟ ଥିବା ଅନ୍ୟ ତିନୋଟି ପଂଚାୟତର ସରପଞ୍ଚଙ୍କ ସମେତ ମହିଳା ସ୍ଵାସ୍ଥ୍ୟକର୍ମୀ, ସମସ୍ତ ଗାଁ କଲ୍ୟାଣ ସମିତିର ସଭାପତି, ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ଆରୋଗ୍ୟ ପ୍ରାପ୍ତ ଯକ୍ଷ୍ମା ରୋଗୀ ଆଦି ସଭ୍ୟ ଭାବରେ ରହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତଥା ସବଡିଭିଜନ ଏବଂ ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରରେ ଯେମିତି ରୋଗୀ କଲ୍ୟାଣ ସମିତି କାର୍ଯ୍ୟ କରୁଛି ଠିକ ସେହିପରି ସ୍ଵାସ୍ଥ୍ୟ ଉପକେନ୍ଦ୍ର ସ୍ତରୀୟ ସ୍ଵାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ଏହି ଜନ ଆରୋଗ୍ୟ ସମିତି କାର୍ଯ୍ୟ ସଂପାଦନ କରିବ । ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ ଏହି ସଭାରେ ଯୋଗଦେଇ ଜନ ଆରୋଗ୍ୟ ସମିତିର କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିବା ବେଳେ ଏହାର ସଫଳ ରୂପାୟନ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବ୍ଲକ ପ୍ରୋଗ୍ରାମ ମେନେଜର ଅଶୋକ କୁମାର ମିଶ୍ର ସଭା ପରିଚାଳନା କରିଥିବା ବେଳେ ଆକାଉଣ୍ଟ ମେନେଜର ସୁଜିତ କୁମାର ସାହୁ, ମହିଳା ସ୍ଵାସ୍ଥ୍ୟକର୍ମୀ କଲ୍ୟାଣୀ ସାହୁ ଏବଂ ସମିତିର ଅନ୍ୟ ସଭ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.