କେସିଙ୍ଗା, (ପ୍ରୀତେଶ ପଟେଲ) : କଳାହାଣ୍ଡି ଜିଲ୍ଲା କେସିଙ୍ଗା ସହରରେ ଟ୍ରାଫିକ ସମସ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ଆଗରୁ ବରଗଡ଼ରୁ ଜୁନାଗଡ ପର୍ଯ୍ୟନ୍ତ ଫୋରଲେନ ହେବାକୁଥିବାବେଳେ କେସିଙ୍ଗାର ବିକାଶ ଓ ଏହି ଟ୍ରାଫିକ ସମସ୍ୟା ପାଇଁ ବିଭିନ୍ନ ସଙ୍ଗଠନ ଦାବିକୁ ସମର୍ଥନ କରି କେସିଙ୍ଗା ସହରର ନିର୍ମାଣାଧୀନ ଆରୋବି ସମ୍ପ୍ରସାରଣ ପାଇଁ ଦାବି ହେଉଥିବାରୁ କେସିଙ୍ଗା ବିଜେପି ନଗର ମଣ୍ଡଳ ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ କେସିଙ୍ଗା ଆରୋବି ସମ୍ପ୍ରସାରଣ ନିମନ୍ତେ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବି ପାଇଁ କେସିଙ୍ଗା ସହରର ଏକୋଇଶ ସଂଗଠନର ସଭାପତିଙ୍କ ଦସ୍ତଖତ ଓ ସିଲ ସହ ବିସ୍ତାର ପୂର୍ବକ ଦାବିପତ୍ର ପ୍ରଦାନ କରାଯାଇଛି । କେସିଙ୍ଗା ନଗର ସଭାପତି ପିଙ୍କୁ ପରିଡାଙ୍କ ନେତୃତ୍ୱରେ ମଗନସିନ୍ଦୁର, ପ୍ରୀତେଶ ପଟେଲ, ବିମଳ ବାଗ, ଅରୁଣ ଅଗ୍ରୱାଲ, ସୁନୀଲ ଜୈନ ଓ ମଣ୍ଟୁ ବର୍ମା ପ୍ରମୁଖ ଉପସ୍ଥିତ ଥିଲେ ।