oom

ବିପିୟୁଟିରେ ୮ ଦିନିଆ ଅଧ୍ୟାପକ ବିକାଶ କର୍ମଶାଳା ଆରମ୍ଭ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ରାଉରକେଲାରେ ସାର୍ବଜନୀନ ମାନବୀୟ ମୂଲ୍ୟବୋଧ ଶୀର୍ଷକ ଏକ ୮ ଦିନିଆ ଅଧ୍ୟାପକ ବିକାଶ କର୍ମଶାଳା ଇଲେକ୍ଟ୍ରୋନିକ୍ସ ଏବଂ ଟେଲିକମ୍ୟୁନିକେସନ୍ ବିଭାଗର ସେମିନାର ହଲଠାରେ ଆରମ୍ଭ ହୋଇଯାଇଛି । ଭାରତର ପୂର୍ବ କ୍ଷେତ୍ରର ଅଧ୍ୟାପକଙ୍କ ପାଇଁ ଉଦ୍ଦିଷ୍ଟ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରତିଷ୍ଠାନ ଓ ଇଞ୍ଜିନିୟରିଂ କଲେଜରୁ ୮୦ରୁ ଅଧିକ ଅଧ୍ୟାପକ ଅଧ୍ୟାପିକାମାନେ ଅଂଶଗ୍ରହଣ କରିଛନ୍ତି । ମାନବିକ ମୁଲ୍ୟବୋଧ ଏବଂ ଶିକ୍ଷା ମାଧ୍ୟମରେ ସମାଜରେ ସେମାନଙ୍କ ଭୂମିକା ସମ୍ପର୍କରେ ଏହି କର୍ମଶାଳାରେ ବିସ୍ତୃତ ଆଲୋଚନା କରାଯାଇଛି । ସହ ରେଜିଷ୍ଟ୍ରାର ଡ. ଶୁଭେନ୍ଦୁ କୁମାର ରଥଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିପିୟୁଟିର କୁଳପତି ପ୍ରଫେସର ଡ଼ଃ ଅମୀୟ କୁମାର ରଥ, ସମ୍ମାନିତ ଅତିଥି ଭାବେ ମ୍ୟୁନିସିପାଲ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ଼ଃ ସନାତନ ପ୍ରଧାନ, ବିଷୟ ବିଶେଷଜ୍ଞ ଭାବେ ଡ଼ଃ ଉପାସନା ମିଶ୍ର ପ୍ରମୁଖ ଯୋଗଦେଇ ଆଲୋଚ୍ୟ ବିଷୟ ସମ୍ପର୍କରେ ମତ ରଖିଥିଲେ । ମୁଖ୍ୟ ଅତିଥି ପ୍ରଫେସର ରଥ ଅଧ୍ୟାପକଙ୍କ ପାଇଁ ଏହି ଆଲୋଚନାର ପ୍ରାସଙ୍ଗିକତାକୁ ଉପରେ ବିଭିନ୍ନ ଉଦାହରଣ ଦେଇ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସଂସ୍କାର ଘରୁ ଆସିଥାଏ, ଧର୍ମର ମୂଳଲକ୍ଷ୍ୟ, ଆଚରଣ ଓ ଉଚ୍ଚାରଣର ସମନ୍ୱୟତା ତଥା ୨୦୪୭ ବିକଶିତ ଭାରତ ପାଇଁ ଏଭଳି କାର୍ଯ୍ୟକ୍ରମର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସମ୍ମାନିତ ଅତିଥି ଡ଼ଃ ପ୍ରଧାନ ରାଷ୍ଟ୍ର ନିର୍ମାଣରେ ମାନବୀୟ ମୂଲ୍ୟବୋଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋଚନା କରିଥିଲେ । ସେ ତାଙ୍କ ବକ୍ତବ୍ୟରେ ସଂସ୍କାର, ପରମ୍ପରା, ଭାରତବର୍ଷ ସଂସ୍କୃତିରେ ସମାନତା, ଭାଇଚାରା ଓ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ, ବଚନ, ଚିନ୍ତନ, ମନନ, ପ୍ରକୃତି ପ୍ରତି ପ୍ରତିବଦ୍ଧତା, ଶିକ୍ଷା ମାଧ୍ୟମରେ ମାନସିକ, ଶୁଦ୍ଧ ଚିନ୍ତନ, ଶୁଦ୍ଧ କାମନା, ସୁସ୍ଥ ପରିବାର ସୁସ୍ଥ ସମାଜ ଗଠନରେ ସହାୟକ ଭଳି ବିଷୟରେ ଆଲୋକପାତ କରିଥିଲେ । ବିଷୟ ବିଶେଷଜ୍ଞ ଡ଼ଃ ମିଶ୍ର ସମାଜ ଗଠନରେ ସାର୍ବଜନୀନ ମାନବୀୟ ମୂଲ୍ୟବୋଧର ଗୁରୁତ୍ୱ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ପାଠ୍ୟକ୍ରମ ଓ ବିକାଶର ନିର୍ଦ୍ଦେଶକ ପ୍ରଫେସର ସୁନିଲ କୁମାର ଖୁଣ୍ଟିଆ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଂଯୋଜକ ଡ଼ଃ ଡି ଚନ୍ଦ୍ରଶେଖର ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.