oom

ଯୁଗ ପ୍ରବର୍ତ୍ତକ ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତୀ ଜ୍ଞାନ ଜ୍ୟୋତି ପର୍ବ ପାଳନ

jsmm

ବରଗଡ଼, (କେପିଏନ୍‌ଏସ୍‌) : ଯୁଗ ପ୍ରବର୍ତ୍ତକ ଆର୍ଯ୍ୟ ସମାଜର ସଂସ୍ଥାପକ ମହର୍ଷି ସ୍ଵାମୀ ଦୟାନନ୍ଦ ସରସ୍ୱତୀଙ୍କ ଦ୍ୱିଶତ ତମ ଜୟନ୍ତୀ ଜ୍ଞାନ ଜ୍ୟୋତି ପର୍ବ ପାଳନ ଉପଲକ୍ଷେ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ ସୌଜନ୍ୟରେ ତ୍ରିଦିବସୀୟ ଗତ ୨୩ ଡିସେମ୍ବରରୁ ଆରମ୍ଭ ହୋଇ ୨୫ ଡିସେମ୍ବରରେ ଉଦ୍‌ଯାପିତ ହୋଇଯାଇଛି । ଏହି ୨୦୦ କୁଣ୍ଡୀୟ ବୈଦିକ ମହାଯଜ୍ଞ ଓ ବିରାଟ ଆର୍ଯ୍ୟ ସମ୍ମେଳନ ପାଇଁ ଅନୁଷ୍ଠିତ ପ୍ରାତକାଳୀନ, ଉଦ୍‌ଘାଟନ, ମଧ୍ୟାହ୍ନ, ସାୟମକାଳୀନ ସତ୍ରରେ ପ୍ରଭାତ ଫେରି, ଯଜ୍ଞ, ଆର୍ଶୀବଚନ, ବିଭିନ୍ନ ସମ୍ମେଳନ ଯଥା ରାଷ୍ଟ୍ରରକ୍ଷା, ବେଦଧର୍ମ, ନାରୀ, ଗୁରୁକୁଳ ସ୍ନାତକ ତଥା ଭବ୍ୟ ଶୋଭାଯାତ୍ରା ଓ ବିଶ୍ଵଶାନ୍ତି ମହାଯଜ୍ଞ ନିମନ୍ତେ ଆମନ୍ତ୍ରିତ ସାଧୁ, ସନ୍ଥ, ବିଦ୍ୱାନ, ସମାଜ ସେବୀ, ରାଜନେତୃ ବୃନ୍ଦ, ସ୍ଥାନୀୟ ନେତୃମଣ୍ଡଳୀ, ଆଚାର୍ଯ୍ୟ ଆଚାର୍ଯ୍ୟା, ସ୍ନାତକ, ସ୍ନାତିକା, ବ୍ରହ୍ମଚାରୀ, ଗୃହସ୍ଥୀ, ମାତୃଶକ୍ତି, ସମସ୍ତ ବିଭାଗ ପ୍ରମୁଖ, ସମସ୍ତ କର୍ମକର୍ତ୍ତା, ଯଜମାନ, ବ୍ରହ୍ମା, ଯଜ୍ଞସଂଚାଳକ, ପ୍ରମୁଖ ଅତିଥି, ସମ୍ମାନିତ ଅତିଥି, ବିଶିଷ୍ଟ ଅତିଥି, ମୁଖ୍ୟ ବକ୍ତା, ସଭାପତି, ରାଣାପ୍ରତାପ ହାଇସ୍କୁଲର କର୍ମକର୍ତ୍ତା କାର୍ଯ୍ୟକ୍ରମର ସଫଳତା ପାଇଁ ପ୍ରତିଶ୍ରୁତିବଦ୍ଧ ବଳିଷ୍ଠ ନେତୃମଣ୍ଡଳୀ ତଥା ବରଗଡ଼ ସଭାପତି ପଣ୍ଡିତ ଗୋପବନ୍ଧୁ ପୁରୋହିତ ମହୋଦୟଙ୍କୁ କାର୍ଯ୍ୟକ୍ରମକୁ ସଫଳ ରୂପାୟନ ପୂର୍ବକ ସାକାର କରିଥିବାରୁ ପଶ୍ଚିମ ଓଡ଼ିଶା ଆର୍ଯ୍ୟ ସମାଜ କର୍ମକର୍ତ୍ତାମାନଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି । ଆଗାମୀ ଦିନରେ ଆର୍ଯ୍ୟ ସମାଜର ସମସ୍ତ ଆର୍ଯ୍ୟଜନଙ୍କ ଭବିଷ୍ୟତ ମଙ୍ଗଳମୟ, ସୁଖମୟ, ମଧୁମୟ, ଆନନ୍ଦମୟ ହେଉ ଏହାହିଁ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ।

jittmm
Leave A Reply

Your email address will not be published.