centurian jitm

ବହୁ ଚର୍ଚ୍ଚିତ ପାର୍ସଲବୋମା ଘଟଣାର ଦ୍ଵିତୀୟ ଦିନ ଆର୍ଗୁମେଣ୍ଟ ଶେଷ

ପାଟଣାଗଡ଼, (ଅଶୋକ କୁମାର ବାଗ) : ୨୦୧୮ ମସିହା ଫେବୃଆରୀ ୨୩ ତାରିଖରେ ଲୋମହର୍ଷଣକାରୀ ପାର୍ସଲ ବୋମା ଘଟଣା ଘଟିଥିଲା । ପାଟଣାଗଡ଼ ଅଧ୍ୟାପକ ଦମ୍ପତି ରବୀନ୍ଦ୍ର ସାହୁ ଓ ସଞ୍ଜୁକ୍ତା ସାହୁଙ୍କ ପୁଅ ବାହାଘରକୁ ଗିଫ୍ଟରେ ପାର୍ସଲବୋମା ଆସିଥିବା ବେଳେ ଖୋଲିଲା ବେଳେ ସୌମ୍ୟଶେଖର ସାହୁ ଓ ତାଙ୍କ ସମ୍ପର୍କୀୟ ଜେଜେମା ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ହୋଇ ଅଳ୍ପକେ ବର୍ତ୍ତିଯାଇଥିଲେ ରିମାରାଣୀ । ଘଟଣାକୁ ନେଇଁ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ପୁଞ୍ଜିଲାଲ ମେହେରଙ୍କୁ ବଲାଙ୍ଗିର ଜେଲ୍‌ରେ ବିଚରାଧୀନ କଏଦୀ ଭାବେ ରଖାଯାଇ ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ କେସ୍‌ ବିଚରାଧୀନ ଥିବାବେଳେ ସରକାରୀ ପକ୍ଷରୁ ୬୨ ଜଣ ସାକ୍ଷୀ ଓ ପୁଞ୍ଜିଲାଲଙ୍କ ପକ୍ଷରୁ ୩ ଜଣ ସଫେଇ ସାକ୍ଷୀଙ୍କ ସାକ୍ଷ ଗ୍ରହଣ ସରିଯାଇଛି । ମାନ୍ୟବର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ଦୁଇ ପକ୍ଷ ଓକିଲଙ୍କ ସହମତିରେ ଆଜି ଦ୍ଵିତୀୟ ଦିନ ପ୍ରତିପକ୍ଷ ପକ୍ଷରୁ ଆର୍ଗୁମେଣ୍ଟ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା । ପ୍ରତିପକ୍ଷରୁ ଆଜି ଆର୍ଗୁମେଣ୍ଟ ଆରମ୍ଭ ହୋଇଥିବା ବେଳେ ପୁଞ୍ଜିଲାଲଙ୍କ ପକ୍ଷରୁ ପ୍ରମୋଦ ମିଶ୍ର କେସ୍‌ ପରିଚାଳନା କରିଥିଲେ । ଆଜି ପ୍ରତିପକ୍ଷରୁ ଆର୍ଗୁମେଣ୍ଟ ହୋଇଥିବା ବେଳେ ଆସନ୍ତାକାଲି ପୁଣି ସରକାରୀ ପକ୍ଷରୁ ପ୍ରତିପକ୍ଷଙ୍କ ତରଫରୁ ରଖା ଯାଇଥିବା କିଛି ଆପତ୍ତିର ଉତ୍ତର ରଖିବେ ସରକାରୀ ପକ୍ଷ ।

Leave A Reply

Your email address will not be published.