ଛଟ୍ ପୂଜାରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଅର୍ପଣ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଉତ୍ତର ଭାରତରେ ପ୍ରସିଦ୍ଧ ଛଟ୍‌ ପର୍ବ ଜିଲ୍ଲାର ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି । ଦୁଇ ଦିନ ଧରି ହେବାକୁ ଥିବା ଏହି ପର୍ବରେ ଏଠାରେ ବସବାସ କରୁଥିବା ଉତ୍ତର ଭାରତୀୟ ଭାଇ ଭଉଣୀମାନେ ଏହି ପର୍ବରେ ସାମିଲ ହୋଇଥିବା ପରିଲକ୍ଷିତ ହୋଇଥିଲା । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପରିବାରର ମଙ୍ଗଳ ମନାସି ଘରର ସ୍ତ୍ରୀ ଓ ପୁରୁଷମାନେ ନିର୍ଜଳା ଉପବାସ କରି ଷଷ୍ଠୀ ତିଥିରେ ଅସ୍ତଗାମୀ ସୂର୍ଯ୍ୟ ଦେବତାଙ୍କୁ ଏବଂ ସପ୍ତମୀ ଦିନ ଉଦୟରତ ସୂର୍ଯ୍ୟ ଦେବତାଙ୍କୁ ଜଳାଶୟଗୁଡିକରେ ସ୍ନାନ ପରେ ଅର୍ଘ୍ୟ ଅର୍ପଣ କରିଥାନ୍ତି । ସ୍ଥାନୀୟ ରିଜର୍ଭ ପୋଲିସ କେନାଲ ଘାଟରେ ଏହି ପର୍ବ ପାଳନ କରାଯାଇଥିଲା । ବରଗଡ଼ ବିହାରୀ ଯୁବକ ସଂଘ ପକ୍ଷରୁ ଏହି ଉତ୍ସବର ଭବ୍ୟ ଆୟୋଜନ କରାଯାଇଥିଲା । ଏଥିରେ ବରଗଡ଼ ସହର ଓ ଆଖପାଖ ଅଞ୍ଚଳରେ ଶତାଧିକ ବ୍ରତ ଧାରୀ ସୂର୍ଯ୍ୟ ଦେବତାଙ୍କୁ ପୂଜାର୍ଚ୍ଚନା କରିଥିଲେ ।

Leave A Reply

Your email address will not be published.