ଭୁବନେଶ୍ୱର : ୧୯୮୫ ବ୍ୟାଚର ଭାରତୀୟ ରେଳବାଇ ଟ୍ରାଫିକ୍ ସେବା ଅଧିକାରୀ ଅର୍ଚ୍ଚନା ଯୋଶୀଙ୍କୁ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ମିଳିଛି ଅତିରିକ୍ତ ଦାୟିତ୍ୱ । ନିୟମିତ ମହାପ୍ରବନ୍ଧକଙ୍କ ଯୋଗଦାନ ପର୍ଯ୍ୟନ୍ତ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଦକ୍ଷିଣ ପୂର୍ବ ରେଳପଥର ମହାପ୍ରବନ୍ଧକ ଅର୍ଚ୍ଚନା ଯୋଶୀ ଏହି ଅତିରିକ୍ତ ଦାୟିତ୍ୱ ସମ୍ଭାଳିବେ । ପୂର୍ବତଟ ରେଳପଥର ବିଦାୟୀ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଗତ ଅକ୍ଟୋବର ୩୧ ତାରିଖରେ ଅବସର ଗ୍ରହଣ କରିଛନ୍ତି । ତେଣୁ ତାଙ୍କ ସ୍ଥାନରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ ଅର୍ଚ୍ଚନା ଯୋଶୀ ।
Next Post