jayashree

ଆରପାରିରେ ବିନୋଦ ନାଏକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ସାଗରପଡାର ବିନୋଦ ନାଏକ (କାଲିଆ)ଙ୍କ ୫୨ ବର୍ଷ ବୟସରେ ପରଲୋକ ଘଟିଛି । ଗତ ୨୬ ତାରିଖରେ କଦଳୀମୁଣ୍ଡା ନର୍ସରୀଠାରେ ବିନୋଦଙ୍କୁ ଏକ ଅଜଣା ଓଟୋ ପଛପଟୁ ଧକ୍କା ଦେଇଥିଲା ଫଲରେ ସେ ଭାରସାମ୍ୟ ହରାଇ ତଳେ ପଡି ଯାଇଥିଲେ ସେତେବେଳେ ତାଙ୍କର ମୁଣ୍ଡ ଏବଂ ମୁହଁରେ ଗଭୀର ଆଘାତ ଲାଗିଥିଲା ଫଳରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଏବଂ ପରେ ବୁର୍ଲା ଶେଷରେ ବିକାଶ ହସ୍ପିଟାଲରେ ଦୀର୍ଘ ୧୦ ଦିନ ହେଲା ଭର୍ତ୍ତି କରି ଚିକିତ୍ସା କରାଯାଉଥିଲା । ତେବେ ଗତକାଲି ରାତି ପ୍ରାୟ ୧ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଜଣେ ଇଲେକ୍ଟ୍ରିସିଆନ ହୋଇଥିବାରୁ ବେଶ ଦୁଇ ପଇସା ରୋଜଗାର କରି ଚାରି ପ୍ରାଣୀ କୁଟୁମ୍ବକୁ ଭଲ ଭାବରେ ପୋଷି ନେଉଥିଲେ । ଏବେ ତାଙ୍କ ସ୍ତ୍ରୀ, ଝିଅ ମନୀଷା ଏବଂ ପୁଅ ରୁପେଶ ବେସାହାରା ହୋଇପଡିଛନ୍ତି । ଆଜି ତାଙ୍କ ବାସଭବନକୁ ମରଶରୀର ଆସିବା ପରେ କାନ୍ଦ ବୋବାଳିରେ ତାଙ୍କ ଘର ଫାଟି ପଡୁଥିଲା । ତାଙ୍କ ପୁଅ ରୁପେଶ ମୁଖାଗ୍ନି ଦେଇଥିବା ବେଳେ ବଡଭାଇ କୈବର୍ତ୍ତ ଏବଂ ପୁତୁରା ସମେତ ପଡାବାସୀ ପ୍ରିୟଜନ ଉପସ୍ଥିତ ଥିଲେ ।

Leave A Reply

Your email address will not be published.