କଣ୍ଟାବାଞ୍ଜି ପ୍ରିମିୟର ଲିଗ୍ ପ୍ରଥମ ସିଜନ୍ ଆଜିଠୁ ଆରମ୍ଭ

ତୁରେକେଲା, (ପିତାମ୍ବର ଦୀପ) : କଣ୍ଟାବାଞ୍ଜିରେ କ୍ରିକେଟ ପ୍ରିମିୟର ଲିଗ୍‌ର ପ୍ରଥମ ସିଜନ୍ ଭବ୍ୟ ଭାବେ ଆରମ୍ଭ ହୋଇଛି । ଏହି ଲିଗ୍‌କୁ କଣ୍ଟାବାଞ୍ଜି ଟାଉନ ଏକାଦଶ କ୍ରିକେଟ କ୍ଲବ୍‌ ତରଫରୁ ଆୟୋଜନ କରାଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ କଣ୍ଟାବାଞ୍ଜିର ୮ଟି ଦଳ ଭାଗ ନେଉଛନ୍ତି । ଲିଗ୍‌ରେ ଭାଗ ନେଇଥିବା ଦଳଗୁଡ଼ିକ ହେଲେ କଣ୍ଟାବାଞ୍ଜି ଟାଇଗର୍ସ, ଇଗଲ୍ସ, ଥଣ୍ଡର୍, ପ୍ୟାନ୍ଥର୍ସ, ଷ୍ଟାର୍ସ, ଷ୍ଟ୍ରାଇକର୍ସ, ସ୍କୋର୍ଚର୍ସ ଏବଂ ଚ୍ୟାଲେଞ୍ଜର୍ସ । ପ୍ରଥମ ମ୍ୟାଚ୍‌ର ଉଦ୍‌ଘାଟନ କଣ୍ଟାବାଞ୍ଜି ନଗରପାଳ ବରିଆମ୍ ସିଂ ସାଲୁଜା କରିଥିଲେ । ମ୍ୟାଚ୍ ପରିଚାଳନା କରିଥିଲେ ଓସିଏ ପ୍ୟାନେଲ ଅମ୍ପିୟାର ଜିତୁ ଖମାରୀ ଓ ସ୍ମିଥ ଦଳେଇ । ଉଦ୍‌ଘାଟନୀ ସମାରୋହରେ ସଞ୍ଜୟ ଗାନ୍ଧୀ, କୈଳାସ ଦୀପ, ଶ୍ରୀପତି ସୁନା, ରାକେଶ କାମ୍ବଲେ, ଜିତେଶ ବଗର୍ତ୍ତି, ରିଶୁ ସିଂ ସାଲୁଜା, ସେହୱାଜ୍ ଖାଁଙ୍କ ସହିତ କମିଟିର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ଏହି ପ୍ରିମିୟର ଲିଗ୍ କଣ୍ଟାବାଞ୍ଜିର ଯୁବ କ୍ରିକେଟ୍ ପ୍ରତିଭାଙ୍କୁ ଆଗକୁ ଆଣିବା ସହ ସହରର କ୍ରୀଡ଼ା ସଂସ୍କୃତିକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.