୨୧ତମ ଜାତୀୟ ହସ୍ତତନ୍ତ ମେଳା ଆରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଆରମ୍ଭ ହୋଇଛି ୨୧ତମ ଜାତୀୟ ହସ୍ତତନ୍ତ ମେଳା । ଏହା ଅକ୍ଟୋବର ୯ ତାରିଖରେ ସରିବ । ଏଥିରେ ସମୁଦାୟ ୨୧୫ଟି ଷ୍ଟଲ ଖୋଲାଯାଇଛି । ମେଳାରେ ଓଡିଶା ସମେତ ୟୁପି, ବିହାର, ଝାଡଖଣ୍ଡ, ରାଜସ୍ଥାନ, ଜମ୍ମୁ ଓ କାଶ୍ମୀର, କର୍ଣ୍ଣାଟକ, ତାମିଲନାଡୁ ଇତ୍ୟାଦି ରାଜ୍ୟର ସମିତି ସେମାନଙ୍କ ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରୁଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.