ommm
jittmm

ବିକଶିତ କୃଷି ସଂକଳ୍ପ ଅଭିଯାନ ଆରମ୍ଭ

ରାଉରକେଲା, (ସସ୍ମିତା ପ୍ରଧାନ) : କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଭାରତ ସରକାର ତଥା ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ସରକାରଙ୍କ ଲୋକାଭିମୂଖ୍ୟ କାର୍ଯ୍ୟକ୍ରମ ବିକଶିତ କୃଷି ସଂକଳ୍ପ ଅଭିଯାନ ଆଜି ପାନପୋଷ ଉପଖଣ୍ଡରେ ଆରମ୍ଭ ହୋଇଯାଇଛି । ଏହି ପରିପେକ୍ଷୀରେ ପାନପୋଷ କୃଷି  ଜିଲ୍ଲା ଅଧିକାରୀ କାର୍ଯ୍ୟାଳୟରୁ ଏକ କୃଷି ରଥକୁ ଉପଜିଲ୍ଲାପାଳ ବିଜୟ କୁମାର ନାୟକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ଆଜିଠାରୁ ଉପଖଣ୍ଡର ପ୍ରତି ବ୍ଲକ ବୁଲିବ ଏବଂ ଲୋକମାନଙ୍କୁ ସଚେତନ କରାଇବ । ଏହି ଅବସରରେ କୃଷି ଜିଲ୍ଲା ଅଧିକାରୀ ଜି ଜୟନ, ରାଉରକେଲା କୃଷି ବିଜ୍ଞାନ କେନ୍ଦ୍ର (୨), ବରିଷ୍ଠ ବୈଜ୍ଞାନିକ ଡା ଜୟନ୍ତ ପତି, ସମରେନ୍ଦ୍ର ବରାଳ, ସଂଜୟ ପ୍ରଧାନ, ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦୋଶକ ଦୁଷ୍ମତ ବେହେରା, ସହକାରୀ କୃଷି ଅଧିକାରୀ ନବୀନ ଚନ୍ଦ୍ର ସାହୁ ଓ କାର୍ଯ୍ୟାଳୟର କର୍ମଚାରୀ ଉପସ୍ଥିତ ଥିଲେ । ଚାଷ ତଥା ଚାଷୀଙ୍କ ପାଖରେ ସରକାରଙ୍କ ବିଭିନ୍ନ ଯୋଜନାର ବାର୍ତ୍ତା ପହଂଚାଇବା ଏହାର ଲକ୍ଷ୍ୟ । ଏହା ବ୍ୟତୀତ ବିକଶିତ କୃଷି ସଂକଳ୍ପ ଅଭିଯାନ ଅର୍ନ୍ତଗତ ବିଶ୍ରା କୃଷି କାର୍ଯ୍ୟାଳୟରେ ଆଜି ଏକ ସଭାର ଆୟୋଜନ କରାଯାଇଥିଲା । ବିଶ୍ରା କୃଷି ଅଧିକାରୀ ଡା ମଞୁବାଳା ନାୟକଙ୍କ ଅଧ୍ୟକ୍ଷତାରେ ସରପଂଚ, ସମିତି ମେମ୍ବର ଓ ଚାଷୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ପାନପୋଷ କୃଷି ଜିଲ୍ଲା ଅଧିନରେ ଥିବା ସମସ୍ତ ବ୍ଳକରେ ଆୟୋଜନ କରାଯିବ ।

Leave A Reply

Your email address will not be published.