‘ବାବୁରେ’ ସମ୍ବଲପୁରୀ ଗୀତ ସୁଟିଂ ଆରମ୍ଭ

ସଇଁନ୍ତଲା, (କେପିଏନ୍‌ଏସ୍‌) : କଳା, ସଂସ୍କୃତି, ପରମ୍ପରାକୁ ନେଇ ପଶ୍ଚିମ ଓଡିଶା ସବୁବେଳେ ଗର୍ବିତ । ତେବେ ଗୋଟିଏ ନୃତ୍ୟରେ ଦୁଇଟି ଭାଷାରେ ସମ୍ବଲପୁରୀ କୋଶଲି ଗୀତ ‘ବାବୁରେ’ ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଗୀତଟି ଛତିଶଗଡ଼ି ଓ କୋଶଲି ଭାଷାରେ ମୁକ୍ତି ଲାଭ କରିବାକୁ ଯାଉଛି । ପଶ୍ଚିମ ଓଡିଶାରେ ପ୍ରଥମ ଥର ପାଇଁ ଗୋଟିଏ ନୃତ୍ୟରେ ଦୁଇଟି ଭାଷାରେ ଗୀତ ଆସୁଥିବା ବେଳେ କଳାକାରମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଛି । ପଶ୍ଚିମ ଓଡିଶାର କଳାହାଣ୍ଡି, ନୂଆଁପଡା, ବଲାଙ୍ଗିର ଭଳି ଅନେକ ସ୍ଥାନରେ ସୁଟିଂ ଆରମ୍ଭ ହୋଇଯାଇଛି । ଏହି ଗୀତରେ ସମୀର ଓ ବନ୍ଧନା କଣ୍ଠଦାନ କରିଥିବା ବେଳେ ସଙ୍ଗୀତ ଓ ନିର୍ଦ୍ଦେଶକ ଭାବେ ଧୀରଜ ରାଜ ସାହୁ ଦାୟିତ୍ୱ ତୁଳାଉଛନ୍ତି । ସହ ନିର୍ଦ୍ଦେଶକ ଏନ୍. ମିନିସ ଓ ନିର୍ଦ୍ଦେଶିକା ଭାବେ ଡି. ଜୟା ରହିଛନ୍ତି । ସୀମା ମହାରଣା ଓ ସମୀର ସମେତ ପ୍ରତି ରାଉତ, ଅଞ୍ଜଳି ଶବର, ମମତା ନାୟକ, ସଞ୍ଜନା ସୁନା ପ୍ରମୁଖ ଅଭିନୟ ଭୂମିକାରେ ରହିଛନ୍ତି । ଦର୍ଶକମାନଙ୍କୁ ବେଶ ପସନ୍ଦ ଲାଗିବ ବୋଲି ଆଶା କରିଛନ୍ତି କଳାକାର ।

Leave A Reply

Your email address will not be published.