ମା’ ବୁଢ଼ୀ ଠାକୁରାଣୀ ଯାତ୍ରା ଆରମ୍ଭ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତି ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ଯାତ୍ରା ଆରମ୍ଭରେ ମା’ ବୁଢ଼ୀ ଠାକୁରାଣୀଙ୍କ ଆଦେଶ କ୍ରମେ ଦୁର୍ଗାଦେବୀ ସାହି ସ୍ଥିତ ମା’ ଦୁର୍ଗାଦେବୀଙ୍କ ପୀଠରୁ ଧଣ୍ଡା ଫୁଲମାଳ ଗଲା ପରେ ମା’ଙ୍କ ଯାତ୍ରା ଆରମ୍ଭ ହୋଇଥାଏ । ମା’ ଗ୍ରାମ ଠାକୁରାଣୀ ଓ ମା’ ଦୁର୍ଗାଦେବୀଙ୍କ ସମ୍ପର୍କ ବୁଦ୍ଧିଜୀବୀଙ୍କ କହିବା ଅନୁସାରେ ଶାଶୁ, ବୋହୂଙ୍କ ସମ୍ପର୍କ । ଶାଶୁ ମନ୍ଦିରରୁ ବାଜା, ବାଣ, ଘଣ୍ଟ, ମୃଦଙ୍ଗ ରୋଶଣୀ କରି ବୋହୂଙ୍କୁ ଦେଖାକରି ସହର ପରିକ୍ରମା କରିଥାନ୍ତି । ପ୍ରଥମ ଦିନ ସହର ପରିକ୍ରମା କରିଥିବା ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.