
ସଇଁତଲା, (କେପିଏନ୍ଏସ୍) : ସଇଁତଲା ବ୍ଲକ ଛକଠାରେ ଶ୍ରୀମଦ୍ ଭାଗବତ ସପ୍ତାହ ଭକ୍ତିଯଜ୍ଞ ଆଜିଠୁ ଆରମ୍ଭ ହେବ । ଏହି ଯଜ୍ଞ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ଶ୍ରୀମଦ୍ ଭାଗବତ ଏବଂ ନାମ ପ୍ରଚାର ସମିତି, ଶ୍ରୀଧାମ ବୃନ୍ଦାବନ ଆନୁକୂଲ୍ୟରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବୃନ୍ଦାବନରୁ ଆସିଥିବା ଶ୍ରୀ ମହନ୍ତ ସଚ୍ଚିଦାନନ୍ଦ ଦାସ ଶାସ୍ତ୍ରୀଜୀ ମହାରାଜାଙ୍କ ଦ୍ୱାରା କଥାଭ୍ୟାସ କରାଯିବ ବୋଲି ରାଜକିଶୋର ସାହୁ ପ୍ରକାଶ କରିଛନ୍ତି । ୭ ଦିନ ଧରି ମା’ ଗଜଲକ୍ଷ୍ମୀ ପୂଜା କମିଟି ତଥା ବ୍ଲକ ଛକ ଅଞ୍ଚଳବାସୀଙ୍କ ସହଯୋଗରେ ଅନୁଷ୍ଠିତ ହେବାକୁ ଥିବା ଏହି ଯଜ୍ଞ ପ୍ରତ୍ୟେକ ଦିନ ଅପରାହ୍ନ ୩ଟାରୁ ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।