oom

ଟିକ୍ରାପଡା ପ୍ରହରୀ ଛକରେ ୪୯ତମ ନାମଯଜ୍ଞ ଆରମ୍ଭ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରର ସର୍ବପୁରାତନ ଧାର୍ମିକ ଅନୁଷ୍ଠାନ ଶ୍ରୀକୃଷ୍ଣ ଚୈତନ୍ୟ କୀର୍ତ୍ତନ୍ୟ ମଣ୍ଡଳୀ, ଟିକ୍ରାପଡାରେ ୪୯ତମ ଅହୋରାତ୍ର ନାମଯଜ୍ଞ ଆଜି ଶୁକ୍ରବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଅନୁଷ୍ଠାନ ଦ୍ୱାରା ଅନବରତ ଭାବରେ ଆଜକୁ ୪୯ ବର୍ଷ ଧରି ପିଢି ପରେ ପିଢି କାର୍ତ୍ତିକ ମାସର ପଂଚୁକ ପାଞ୍ଚଦିନ ନାମ ସଂକୀର୍ତ୍ତନ ଆୟୋଜନ କରିଆସୁଛନ୍ତି । ଚଳିତ ବର୍ଷ ଆୟୋଜନ କମିଟିରେ ସଭାପତି ଭଗବାନ ବଗର୍ତ୍ତି, ସମ୍ପାଦକ କୁନୁ ପାତ୍ର, କୋଷାଧ୍ୟକ୍ଷ ଅଙ୍କୁଶ ହୋତା, ଉପସଭାପତି ଶରତ ଷାଣ୍ଢ ତଥା ବରିଷ୍ଠ ସଭ୍ୟ ପ୍ରକାଶ ନେପାକ, ରାଜେନ୍ଦ୍ର ମିଶ୍ର, ଅଶୋକ ମିଶ୍ର, କୁନା ବେହେରା, ଦୁର୍ଗା ସାହୁ, ପ୍ରଦୀପ ସାହୁ, ବାବୁ ସା, ସୁନାଧର ବନଛୋର, ଦୁଲିଚନ୍ଦ ଅଗ୍ରୱାଲ, ରବି ଅଗ୍ରୱାଲ ପ୍ରମୁଖ କମିଟିର ସଭ୍ୟ ଅଛନ୍ତି । ଚଳିତ ବର୍ଷ ଯଜ୍ଞ କର୍ତ୍ତା ରୂପେ ଅଙ୍କୁଶ ହୋତା ଏବଂ ସହଧର୍ମିଣୀ ସାଗରୀକା ହୋତା କାର୍ଯ୍ୟ ନିର୍ବାହ କରୁଛନ୍ତି । ଗତ ସନ୍ଧ୍ୟାରେ ଅଧିବାସ ପାଳନ କରି ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ରାଧାକୃଷ୍ଣଙ୍କୁ କୀର୍ତ୍ତନ୍ୟ ମଣ୍ଡଳୀରେ ବିରାଜମାନ କରାଯାଇଥିଲା । ବିଭିନ୍ନ ଜିଲ୍ଲାମାନଙ୍କରୁ କୀର୍ତ୍ତନ୍ୟ ଦଳମାନ ଆସି ଏହି ସଂକୀର୍ତ୍ତନରେ ସହଯୋଗ କରୁଛନ୍ତି । କୀର୍ତ୍ତନ୍ୟ ଦଳମାନଙ୍କ ତଥା ଯଜ୍ଞ ମଣ୍ଡପର ସୁପରିଚାଳନା ପାଇଁ ଏକ କମିଟି ଗଠନ କରାଯାଇ ସଭ୍ୟ ସତ୍ୟ ମହାକୁର, ଦ୍ୱିଜରାଜ ମିଶ୍ର, ଶ୍ରୀବତ୍ସ ମହାରଣା, ଟିଙ୍କୁ ପଣ୍ଡା, ଭରତ ପୋଢ, ସୁବାସ ଦାସ, ଗୋପାଳ ମହାରଣା, ବିକାଶ ସା, ତୁଫାନ ସାହୁ ପ୍ରମୁଖଙ୍କୁ ଦାୟିତ୍ୱ ଦିଆଯାଇଛି । ଆସନ୍ତା ବର୍ଷ ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନୁଷ୍ଠାନର ନୂତନ ପୁରାତନ ସମସ୍ତ ସଭ୍ୟଙ୍କ ଉତ୍ସାହର ସହ ଅନୁଷ୍ଠାନ ସହିତ ଜଡିତ ରହୁଛନ୍ତି । ଆସନ୍ତା ବର୍ଷ ସହରର ସମସ୍ତ ଅନୁଷ୍ଠାନ ବ୍ୟକ୍ତି ବିଶେଷ ତଥା ଦୂର ଦୂରାନ୍ତରୁ କୀର୍ତ୍ତନ୍ୟ ଦଳଙ୍କୁ ସାମିଲ କରାଇ ସ୍ୱର୍ଣ୍ଣ ଜୟନ୍ତୀ ପାଳନ କରାଯିବ ବୋଲି କମିଟି ପ୍ରକାଶ କରିଛି ।

jittmm
Leave A Reply

Your email address will not be published.