oom

କାଳୀପୂଜା ପେଣ୍ଡାଲରେ ସାଂସ୍କୃତିକ ଓ ପ୍ରତିଯୋଗିତା ସହ କାଳୀପୂଜା ମହୋତ୍ସବ ଆରମ୍ଭ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ କାଳୀପୂଜା କମିଟି ଆନୁକୂଲ୍ୟରେ କାଳୀପୂଜା ମହୋତ୍ସବ ଆଜି ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି । ରାଉରକେଲା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ସେଣ୍ଟ୍ରାଲ ପୂଜା କମିଟିର ସାଧାରଣ ସମ୍ପାଦକ ବିରାଜ ମୋହନ ବିଶ୍ୱାଳ ଯୋଗ ଦେଇଥିଲେ । ଏହି ଅବସରରେ କମିଟି ସଭାପତି ରବି ନାରାୟଣ ଦାସ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାଧାରଣ ସମ୍ପାଦକ ସଞ୍ଜୀବ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ । ପରେ କୁଇଜ ଓ ଜୁନିଅର ସୋଲୋ ଡ୍ୟାନ୍ସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଯେଉଁଥିରେ ୧୦ ବର୍ଷରୁ କମ୍‌ କୁନି କୁନି ଶିଶୁମାନେ ନିଜର ନୃତ୍ୟ ପ୍ରତିଭା ପ୍ରଦର୍ଶନ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଦର୍ଶକ ଯୋଗ ଦେଇ କାର୍ଯ୍ୟକ୍ରମର ମଜ୍ଜା ନେଇଥିଲେ । ଏଥି ସହ ପେଣ୍ଡାଲରେ ଲାଗିଥିବା ମୀନା ବଜାର ମେଳାର ଭରପୁର ଆନନ୍ଦ ଉଠାଇଥିଲେ । ଏହି ମୀନା ବଜାର ମେଳା ଆସନ୍ତା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ବେଳେ ପ୍ରତ୍ୟହ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ । ଆଜି ବରିଷ୍ଠ ସୋଲୋ ଡ୍ୟାନ୍ସ ପ୍ରତିଯୋଗିତା ହେବାକୁ ଥିବା ବେଳେ ଶନିବାର ଦିନ ଗ୍ରୁପ ଡ୍ୟାନ୍ସ ପ୍ରତିଯୋଗିତା ହେବ । ମହିଳାମାନଙ୍କ ପାଇଁ ଚଳିତ ବର୍ଷ ସ୍ୱତନ୍ତ୍ର ଭାବେ ହୁଳହୁଳି, ଶଙ୍ଖ ଫୁଙ୍କା ଓ ଫନ୍ ଗେମ୍ସର ଆୟୋଜନ କରାଯାଇଛି । ଏଥିରେ ଭାଗ ନେବା ପାଇଁ ରେଜିଷ୍ଟ୍ରେସନ୍ ଚାଲୁ ରହିଛି । ଏଥିପାଇଁ ମୋବାଇଲ ନମ୍ବର : ୯୦୯୦୦୮୧୧୮୦ ଓ ୮୯୧୭୫୮୯୪୬୧ରେ ଯୋଗାଯୋଗ କରିବା ପାଇଁ ଅନୁରୋଧ କରାଯାଇଛି । କାର୍ଯ୍ୟକ୍ରମ ସଫଳ ଆୟୋଜନରେ ଗିରିଶ ଚନ୍ଦ୍ର ଶତପଥୀ, ସୁବ୍ରତ କୁମାର ସାହୁ, ରାହୁଲ ରାଏ, ବ୍ରଜ ବିହାରୀ ତ୍ରିପାଠୀ, ରାମଚନ୍ଦ୍ର ଗୌଡ, ପ୍ରିୟବ୍ରତ ଦାସ, ଜସମୋହନ ପୋଢ, ରବି ବାରିକ, ସୋନୁ ମାହାନ୍ତି, ରାଜା ବାରିକ, ଉମେଶ ପରିଡ଼ା, ସୁବାଷ ପଣ୍ଡା, ଅମର ଆଚାର୍ଯ୍ୟ, ଆର ଏନ ବେହେରା ପ୍ରମୁଖଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.