ମୁରଶୁଣ୍ଡରେ ଆଇଡିବିଆଇ ବ୍ୟାଙ୍କ ସେବା ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ମୁରଶୁଣ୍ଡରେ ଆଇଡିବିଆଇ ବ୍ୟାଙ୍କ ସେବା ଆରମ୍ଭ ହୋଇଯାଇଛି । ମୁରଶୁଣ୍ଡ ସରପଞ୍ଚ ରଥି ସାହୁ ଅତିଥିଭାବରେ ଯୋଗଦେଇ ଫିତା କାଟି ନୂତନ କାର୍ଯ୍ୟାଳୟକୁ ଉଦ୍‌ଘାଟନ କରିଥିଲେ । ରିଜିଓନାଳ ମ୍ୟାନେଜର ବିକାଶ ଭାରତୀ ଓ ବେନ୍ଦ୍ରା ବ୍ରାଞ୍ଚ ମ୍ୟାନେଜର ବୃନ୍ଦାବନ ପ୍ରଧାନ ଆସିଷ୍ଟାଣ୍ଟ ମେନେଜର ଜ୍ୟୋତିରଞ୍ଜନ ମିଶ୍ର ଉପସ୍ଥିତ ଥିଲେ । ଅଂଚଳବାସୀଙ୍କୁ ହାତ ପାହାନ୍ତାରେ ବ୍ୟାଙ୍କ ସେବା ଯୋଗାଇ ଦେବାକୁ ଆମେ ବଦ୍ଧ ପରୀକର ବୋଲି ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଉତ୍ତମ ବିଶ୍ୱାଳ ଓ ନିଁମେଇ ତ୍ରିପାଠୀଙ୍କୁ ଏ ଶାଖାର ଦାୟିତ୍ୱ ଦିଆଯାଇଥିବା ବିଭାଗ ସୂତ୍ରରୁ ପ୍ରକାଶ ।

Leave A Reply

Your email address will not be published.