oom

ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ଆପ୍‌ର ଧାରଣା : ଦାବୀପତ୍ର ପ୍ରଦାନ

jsmm

ବଲାଙ୍ଗିର,(ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ଜିଲ୍ଲା ଆମ ଆଦମୀ ପାର୍ଟି ତରଫରୁ ସ୍ଥାନୀୟ ଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ବିଜୁଳି ଦର ବୃଦ୍ଧି ବିରୁଦ୍ଧରେ ତଥା ରାଜ୍ୟବାସୀଙ୍କୁ ୨୦୦ ୟୁନିଟ ପର୍ୟ୍ୟନ୍ତ ବିନା ମୁଲ୍ୟରେ ବିଜୁଳି ଯୋଗାଇ ଦେବା ଦାବୀରେ ଧାରଣା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ପ୍ରଦାନ କରାଯାଇଛି । ଆପ୍‌ର କର୍ମକର୍ତ୍ତାମାନେ ଦାବୀପତ୍ର ଦେବା ପାଇଁ ଜିଲ୍ଲାପଳଙ୍କୁ ଦେଖା କରିବା ପାଇଁ ଯିବାରୁ ପ୍ରଥମେ ତାଙ୍କୁ ବାରଣ କରାଯାଇଥିଲା । ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶାନୁସାରେ ପୋଲିସ ଜିଲ୍ଲା ଆବାହକ ଆଶିଷ ପାଣ୍ଡେଙ୍କୁ ଗିରଫ କରାଯାଇଥିବା ଅଭିଯୋଗ ହୋଇଛି । ତେବେ କରୋନା ବାହାନରେ ଜନସାଧାରଣଙ୍କ ଏହି ନାର୍ୟ୍ୟ ଦାବୀକୁ ଦମନ କରାଯାଉଛି ବୋଲି ଆବାହକ ଆଶିଷ ପାଣ୍ଡେ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ଗତ ୧୩ ତରିଖରେ ଆପ୍‌ ବଲାଙ୍ଗିର ତରଫରୁ ଧାରଣା ଦାବୀପତ୍ର ପ୍ରଦାନ ନିମନ୍ତେ ଜିଲ୍ଲା ପ୍ରଶାସନକୁ ସୂଚାଇ ଦିଆଯାଇଥିଲା । କିନ୍ତୁ ଆଜି ଦାବୀପତ୍ର ଦେବା ସମୟରେ ଜିଲ୍ଲାପାଳ କାର୍ୟ୍ୟାଳୟ ତରଫରୁ ଜାଣିଶୁଣି ସେମାନଙ୍କୁ ଦୁଇ ଘଣ୍ଟା କାଳ ଅପେକ୍ଷା କରାଯାଇଥିଲା । ଜିଲ୍ଲାପାଳଙ୍କୁ ଏ ବିଷୟରେ ଶ୍ରୀ ପାଣ୍ଡେ ପଚାରିବାରୁ ଜିଲ୍ଲାପାଳ କରୋନା ଆଳ ଦେଖାଇବା ସହ ଅଯଥା ଯୁକ୍ତତର୍କ କରୁଛ କହି ପୋଲିସକୁ ଗିରଫ କରିବା ପାଇଁ ଆଦେଶ ଦେଇଥିଲେ । ତେବେ କରୋନା ଆଳ ଦେଖାଇ ପ୍ରଶାସନ କାହା ସ୍ୱାର୍ଥରେ ଜନସାଧାରଣଙ୍କ ନାର୍ୟ୍ୟ ଦାବୀକୁ ଦମନ କରୁଛି । ଯେଉଁ ଜିଲ୍ଲାପାଳଙ୍କୁ ନିଜ ସଂକ୍ରମଣର ଏତେ ଭୟ, ସିଏ କିପରି ଜିଲ୍ଲାରେ କରୋନା ସହ ଲଢିବେ ବୋଲି ଶ୍ରୀ ପାଣ୍ଡେ ପ୍ରଶ୍‌ଶ୍ନ କରିଛନ୍ତି । ଶେଷରେ ପୋଲିସ ଶ୍ରୀ ପାଣ୍ଡେଙ୍କୁ କିଛି ସମୟ ଅଟକ ରଖିବା ପରେ ପିଆର୍‌ ବଣ୍ଡରେ ଛାଡି ଦେଇଥିବା ସୂଚନା ରହିଛି ।

jittmm
Leave A Reply

Your email address will not be published.