‘ବେଷ୍ଟ ମଲ୍ଟି ସ୍ପେଶାଲିଟି ପ୍ରାଇଭେଟ୍‌ ହସ୍ପିଟାଲ ୨୦୨୨’ସମ୍ମାନରେ ସମ୍ମାନିତ ହେଲା ଆପୋଲୋ ହସ୍ପିଟାଲ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦି ୱିକ୍‌ ମାଗାଜିନ୍‌ ପକ୍ଷରୁ ହୋଇଥିବା ସର୍ବେକ୍ଷଣରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରକୁ ‘ବେଷ୍ଟ ମଲ୍ଟି ସ୍ପେଶାଲିଟି ପ୍ରାଇଭେଟ୍‌ ହସ୍ପିଟାଲ ୨୦୨୨’ସମ୍ମାନରେ ସମ୍ମାନିତ କରାଯାଇଛି । ଏପରିକି ଦି ୱିକ୍‌ ପକ୍ଷରୁ ନିୟୋଜିତ ଏକ ସ୍ବାଧୀନ ସଂସ୍ଥା ଦ୍ୱାରା ବିଗତ ୨ମାସ ଧରି ଏହି ସର୍ବକ୍ଷେଣ କରାଯାଇଥିଲା । ଉକ୍ତ ସର୍ବେକ୍ଷଣରେ ହସ୍ପିଟାଲର ଅନ୍‌ସାଇଟ୍‌ ଆସେସ୍‌ମେଣ୍ଟ ଏବଂ ରାଜ୍ୟରେ କାର୍ଯ୍ୟରତ ଡାକ୍ତର ଓ ରୋଗୀମାନଙ୍କ ମତାମତ ସଂଗ୍ରହ କରାଯାଇଥିଲା । ଏ ସମ୍ପର୍କରେ ଆପୋଲୋ ହସ୍ପିଟାଲ ଭୁବନେଶ୍ୱରର ସିଓଓ ତଥା ଡିଏମ୍‌ଏସ୍‌ ଡା. ଆଲୋକ ଶ୍ରୀବାସ୍ତବ କହିଛନ୍ତି, ଏଠାରେ କାର୍ଯ୍ୟରତ ସମସ୍ତ ଡାକ୍ତର, ପରାମର୍ଶଦାତା, ସହାୟକ କର୍ମଚାରୀ ଓ ପ୍ରଶାସନିକ କାର୍ଯ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ସେମାନଙ୍କର କର୍ତ୍ତବ୍ୟନିଷ୍ଠା ପାଇଁ ସାଧୁବାଦ ଜଣାଉଛି । ଏପରିକି କର୍ମଚାରୀମାନଙ୍କୁ ରୋଗୀ ସେବା କ୍ଷେତ୍ରରେ ଧ୍ୟାନଦେବା ଓ ଏକ ଅନୁକମ୍ପା ମନୋବୃତ୍ତି ନେଇ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହିତ ଭବିଷ୍ୟତରେ ଏଭଳି ଆହୁରି ଅଧିକ ସମ୍ମାନ ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଛନ୍ତି ।

Leave A Reply

Your email address will not be published.