ନୂଆପଡା, (ନିରାକାର ମେହେର) : ପାନୀୟଜଳ ଉତ୍କଟ ସମସ୍ୟାରେ ଅତିଷ୍ଠ ହୋଇ ଶେଷରେ ନିଆଁ ଜାଳି ରାଜରାସ୍ତା ଅବରୋଧ କଲେ ସାଧାରଣ ଲୋକେ । । ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଡମଝର ଗ୍ରାମକୁ ପାନୀୟ ଜଳ ବଣ୍ଟନ ନେଇ ବ୍ୟାପକ ସମସ୍ୟା ଦେଖାଯାଉଛି । ଫଳରେ ପାନୀୟ ଜଳ ବଣ୍ଟନ ପ୍ରକଳ୍ପ ବଣ୍ଟନ ବ୍ୟବସ୍ଥାରେ ହେଉଥିବା ଅନିୟମିତତାକୁ ଗ୍ରାମବାସୀମାନେ ଉତ୍ୟକ୍ତ ହୋଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଡମଝର ଶିବମନ୍ଦିର ପଡା କିମ୍ବା କଲୋନୀ ପଡାକୁ ଜଳ ଯୋଗାଣ ନେଇ ପାଇପ କାମ ଚାଲୁଥିବା ବେଳେ ସରପଞ୍ଚ ଅଧାରୁ ବନ୍ଦ କରିଥିଲେ । ଫଳରେ ଜଳଯୋଗାଣ ବନ୍ଦ ହେବ ବୋଲି ଗ୍ରାମବାସୀ ମାନେ ପ୍ରଥମରେ ପଞ୍ଚାୟତକୁ ଘେରାଉ କରିଥିବ ବେଳେ ରାସ୍ତାକୁ ଓହ୍ଲାଇ ଗରା, ମାଠିଆ, ଜଳ ପତ୍ର ରଖି ଆନ୍ଦୋଳନ କରିଛନ୍ତି । ସେହିପରି ଟାୟାର ଜାଳି ରାଜରାସ୍ତା ଅବରୋଧ ମଧ୍ୟ କରିଛନ୍ତି ।
Prev Post