ସ୍କୁଲ ଯିବା ରାସ୍ତାରୁ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ : ଧକ୍କା ମାରି ଖସିଆସିଲେ ଛାତ୍ରୀ

ଢେଙ୍କାନାଳ : ସ୍କୁଲ ଯିବା ରାସ୍ତାରୁ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ । ଧକ୍କା ମାରି ଅପହରଣକାରୀଙ୍କ କବଳରୁ ଖସିଆସିଲେ ଛାତ୍ରୀ । ଢେଙ୍କାନାଳ ସହର ଜୟଗୋପାଳ ସାହିରେ ଏପରି ଅଘଟଣ ଘଟିଛି । ଛାତ୍ରୀ ଓ ତାଙ୍କ ପରିବାର ଟାଉନ ଥାନାରେ ଅଭିଯୋଗ କରିବା ସହ ଏସପିଙ୍କ ଅଫିସରେ ଧାରଣାରେ ବସିଛନ୍ତି । ସୂଚନା ଯୋଗ୍ୟଯେ, ସୋମବାର ସକାଳ ୯ଟା ୫୦ରେ ଛାତ୍ରୀ ସ୍କୁଲ ଯାଉଥିଲେ । ସ୍କୁଲ ନିକଟ ମଙ୍ଗଳା ମନ୍ଦିର ପାଖରେ ଏକ କାର ପହଞ୍ଚିଥିଲା । କାର୍‌ ଭିତରୁ ଜଣେ ମହିଳା ଛାତ୍ରୀଙ୍କୁ ଡାକିଥିଲେ । ହାତ ଖରାପ ଅଛି କାର୍‌ ଡୋର୍ ଖୋଲିବାକୁ କହିଲେ । ଛାତ୍ରୀ ଡୋର୍‌ ଖୋଲିବା ପରେ ମଙ୍ଗଳା ମନ୍ଦିରର ଗେଟ୍ ଖୋଲିବାକୁ କହିଲେ । ଛାତ୍ରୀ ଖୋଲିଥିବା ବେଳେ ୪ରୁ ୫ଜଣ ମୁଖା ପିନ୍ଧା ଯୁବକ ଓ ଉକ୍ତ ମହିଳା ତାକୁ ଜୋରଜବରଦସ୍ତ କାର୍‌ରେ ନେଇଯିବାକୁ ବସିଥିଲେ । ଛାତ୍ରୀଜଣକ ପାଟି କରିବା ସହ ଧକ୍କା ମାରି ଖସି ଆସିଥିଲେ । ଏନେଇ ପରିବାର ଲୋକେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏହା ସହ ଏସପି ଅଫିସରେ ପହଞ୍ଚି ଧାରଣାରେ ବସିଛନ୍ତି । ଅତିରିକ୍ତ ଏସପି ପ୍ରଭାତ ବିଶ୍ୱାଳ ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଧରାଯିବ ବୋଲି କହିଛନ୍ତି । ଛାତ୍ରୀ ଜଣକ ୪ମାସ ପୂର୍ବରୁ ବାଲି ବେପାରକୁ ନେଇ ହତ୍ୟା ହୋଇଥିବା ଟିଟନଙ୍କ ଝିଆରୀ । ଏଣୁ ଏହି ହତ୍ୟାକାଣ୍ଡ ମାମଲାର ସମାଧାନ ପାଇଁ ଏପରି ଅପହରଣ ଉଦ୍ୟମ କରାଯାଇଥିବା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ।

jittmm
Leave A Reply

Your email address will not be published.