ବ୍ଲକ ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ରାଜ ବୋଡ଼ାସମ୍ବର ବ୍ଲକ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଚଉଦଟି କ୍ଲଷ୍ଟରର ସି. ଆର୍‌. ସି. ସି, ଏ. ବି. ଇ. ଓ. ଶିବପ୍ରସାଦ ଯୋଶୀ, ରାମ ସିଂ ଭୋଇ ଓ ଆଗଲପୁର ବ୍ଲକ ଶିକ୍ଷା ଅଧିକାରୀ ଶ୍ୟାମ ମେହେର ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ । ଆଲୋଚ୍ୟ ବିଷୟ ଗୁଡ଼ିକ ଥିଲା ସ୍କୁଲର ମୌଳିକ ସୁବିଧାସୁଯୋଗ, ସି. ଆର୍‌. ସି. ସି ମାନଙ୍କର ଦୈନନ୍ଦିନ କାର୍ଯ୍ୟ, ସ୍କୁଲ ମାନଙ୍କରେ ଶିକ୍ଷକ ଓ ଛାତ୍ର ଅନୁପାତ, ଏଫ୍. ଏଲ୍. ଏନ୍. ୱର୍କସପ୍‌ ଏବଂ ଟି. ଏଲ୍‌. ଏମ୍‌ । ମେହେର ବିଶଦ ଭାବରେ ମୌଳିକ ସୁବିଧା ବିଷୟରେ ବୁଝାଇଥିଲେ । ଏକ ସୁନ୍ଦର ବାତାବରଣ ମଧ୍ୟରେ ଏହି ସବୁ ବିଷୟ ଆଲୋଚିତ ହୋଇଥିଲା ।

Leave A Reply

Your email address will not be published.