୧୩ ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଡ଼. ରୀନା ପ୍ରଧାନଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପଞ୍ଚୁଦଣ୍ଡ ପରିଚାଳନା ସମିତି ଆନୁକୂଲ୍ୟରେ ଏପ୍ରିଲ ୭ ତାରିଖରେ ଆୟୋଜିତ ହେବାକୁ ଥିବା ତେର ଶମ୍ଭୁ ମିଳନ ସମାରୋହ ନିମନ୍ତେ ପ୍ରଶାସନ ତରଫରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପୁଲିସ ପ୍ରଶାସନ ତରଫରୁ ଅସ୍ଥାୟୀ ଫାଣ୍ଡି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଏନ୍‌ଏସି ତରଫରୁ ସହର ପରିମଳ ବ୍ୟବସ୍ଥା, ଦୁଇ ଦୁଇଟି ପୋଖରୀ ସଫେଇ ଆଦି ସହିତ ଅନ୍ୟାନ୍ୟ ବିଭାଗର ଦାୟିତ୍ଵ ସମ୍ପର୍କରେ ଆଲୋଚନା ହୋଇଥିଲା । ଏହି ସମୟରେ ଯେଭଳି ନିର୍ବାଚନ ଆଚରଣବିଧି ଉଲଘଂନ ନହେବ ସେଥିପ୍ରତି ଗୁରୁତ୍ୱ ଦେବାକୁ ଉପଜିଲ୍ଲାପାଳ ପ୍ରକାଶ କରିଥିଲେ । ବୈଠକରେ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିବା ବେଳେ ପଞ୍ଚୁଦଣ୍ଡ ପରିଚାଳନା କମିଟିର ସଭାପତି କିଶୋର କୁମାର ପାଳ, ଉପସଭାପତି ସୁଜିତ କୁମାର ପାଳ, ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ, ସହ ସମ୍ପାଦକ ଭଗବାନ ପଣ୍ଡା, କୋଷାଧ୍ୟକ୍ଷ ବଂଶୀଧର ପଣ୍ଡା ଉପଦେଷ୍ଟା ରାଜକିଶୋର ଦାସ, ସୁରେଶ ମହାନ୍ତି, ଅଧିକାରୀ ଶିବରାମ ପ୍ରଧାନୀଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.