oum

ଏଚିଭର୍ସ ହେଲପିଙ୍ଗ ଫାଉଣ୍ଡେସନ୍‌ର ପ୍ରତିଷ୍ଠା ଦିବସ ଅନୁଷ୍ଠିତ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟରେ ରବିବାର ଏଚିଭର୍ସ ହେଲ୍‌ପିଙ୍ଗ ଫାଉଣ୍ଡେସନର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦିବାକର ମାଝିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉକ୍ତ ସମାରୋହରେ ବରଗଡ଼ ବିଧାୟକ ଅଶ୍ୱିନୀ ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦାନ କରିଥିଲେ । ବରଗଡ଼ ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଦଧିବାମନ ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦିବ୍ୟକାନ୍ତୀ ଭୋଇ, ଚକରକେନ୍ଦ କଲେଜର ଅଧ୍ୟକ୍ଷ କାର୍ତ୍ତିକେୟ ସାଥୁଆ, ବାପୁଜୀ ସ୍ୱତନ୍ତ୍ର ବିଦ୍ୟାଳୟ ପ୍ରଧାନ ଶିକ୍ଷକ କିଶୋର ଚନ୍ଦ୍ର ସାହୁ, ମେଘନାଦ ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଫାଉଣ୍ଡେସନର ସମ୍ପାଦକ ଭଗବାନ ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିଲେ । କାମଦେବ ବେହେରାଙ୍କ ତତ୍ତ୍ୱାବଧାନରେ ଦୃଷ୍ଟିହୀନ ଛାତ୍ରୀମାନେ ସ୍ଵାଗତ ସଙ୍ଗୀତ ପରିବେଷଣ କରିଥିଲେ । ରାଜେଶ ବାରିକଙ୍କ ନୃତ୍ୟଦଳ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ କୃତୀ ଛାତ୍ରୀଛାତ୍ର ଏବଂ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା । ଚକରକେନ୍ଦ ମହାବିଦ୍ୟାଳୟର ଲିପ୍ସା ପାତ୍ର, ପ୍ରତିଭା ପଣ୍ଡା, ଚୁମକି ସେଠ, ବିଶ୍ୱଦେବ ମିଶ୍ର, ପାର୍ବତୀ ଗିରି ମହିଳା ମହାବିଦ୍ୟାଳୟ ବରଗଡ଼ର ପ୍ରୀତି ପଟେଲ, ନନ୍ଦିନୀ ମହାରଣା, ପ୍ରୀତି ରାଉତ, ଜାହ୍ନବି ମେହେର, ପୂଜାଶ୍ରୀ ଅଜାଗର, ପ୍ରିୟଙ୍କା ପ୍ରଧାନ, ମୁସ୍କାନ ଭୋଇ, ଯେବା ଖାତୁନ ଏବଂ ଅନ୍ୟାନ୍ୟ ପ୍ରତିଭା ଦୀବ୍ୟସ୍ମିତା ସାହୁ, ସୃଷ୍ଟିରେଖା ପୁରୋହିତ, ପଙ୍କଜିନୀ ସୁନା, ପଲକ ମୋଟୱାନୀ, ରେଶମା ଦୋରା, ଆଦିତ୍ୟ ପ୍ରଧାନ, ଆୟୁଷ୍ମାନ ଭୋଇଙ୍କୁ ମଧ୍ୟ ବିଭିନ୍ନ ଉଲ୍ଲେଖନୀୟ ସଫଳତା ପାଇଁ ସମ୍ମାନିତ କରାଯାଇଥିଲା । ଫାଉଣ୍ଡେସନର ଅନ୍ୟ କର୍ମକର୍ତ୍ତା, ସଦସ୍ୟ ବୃନ୍ଦ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.