oum

ସୁଦିଙ୍ଗ ନୋଟ୍ସର ନେଷ୍ଟାଲଜିକ୍ ନାଇଣ୍ଟିସ୍ ଅନୁଷ୍ଠିତ

jsm

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ସଂଗୀତ ଅନୁଷ୍ଠାନ ସୁଦିଙ୍ଗ ନୋଟ୍ସର ସଂଗୀତ ଭିତ୍ତିକ କାର୍ଯ୍ୟକ୍ରମ ନେଷ୍ଟାଲଜିକ୍ ନାଇଣ୍ଟିସ୍ ରାଉରକେଲା କ୍ଲବ୍ ଠାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ଗଦାଧର ସାହୁ ଅଧ୍ୟକ୍ଷତା, ସଭାପତି ତଥା ମୁଖପାତ୍ର ସନ୍ତୋଷ ଦାସ ଓ ସାଧାରଣ ସମ୍ପାଦକ ପ୍ରଦୀପ ମହନ୍ତଙ୍କ ଆବାହକତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଡାଇପଲ ସଲ୍ୟୁସନ୍‌ର ଅଧ୍ୟକ୍ଷ ପଞ୍ଚାନନ ରଥ, ସମ୍ମାନିତ ଅତିଥି ଭାବେ ସମାଜସେବୀ ବିଜୟ ସେଠୀ, ଖଦାଳ ସେଠୀ ଓ କ୍ଲିନ୍ ଆଣ୍ଡ ଗ୍ରୀନ୍‌ର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । ଫିରୋଜ ଅହମ୍ମଦ ଓ ମଧୁଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ ମାଷ୍ଟର ଉଦୟ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଅନୁଷ୍ଠାନର ସଦସ୍ୟ ସନ୍ତୋଷ ଦାସ, ସତ୍ୟ ମହାନ୍ତି, ପ୍ରଦୀପ ମହନ୍ତ, ଅଶୋକ ପଟେଲ, ସୋନାଲି ରଥ, ମୀନତି ତ୍ରିପାଠୀ, ଶ୍ରାବଣୀ, ମୀନାକ୍ଷୀ ସୂତାର, ମୌସୁମୀ ଆଚାର୍ଯ୍ୟ, ସୀମା ପ୍ରମୁଖ ୯୦ ଦଶକର ସୁପରହିଟ ସଂଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ସଂଗୀତ ପ୍ରେମୀ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଅଶ୍ୱିନୀ ସିଂ ଓ ରାମ ମହନ୍ତ ସହଯୋଗ କରିଥିଲେ । ଶେଷରେ ସମ୍ପାଦକ ଶ୍ରୀ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.