oum

ଗୁରୁ ଭଗବାନ ସାହୁଙ୍କ ମହୋତ୍ସବ ଅନୁଷ୍ଠିତ

jsm

ଲୋଇସିଂହା, (ବିମଳେନ୍ଦୁ ସାହୁ) : ଆମ ଭାଷା କଳା ସଂସ୍କୃତିର ପ୍ରଚାରକ, ଗୋଟିଏ ଦିନରେ ନୂଆଖାଇ ପାଳନର ମହାନାୟକ, ଲୋକ ମହୋତ୍ସବର ଜନକ, ଓଡ଼ିଶାର ନାଟ୍ୟ ମହର୍ଷି ଗୁରୁ ଭଗବାନ ସାହୁଙ୍କର ୯୪ତମ ଜନ୍ମୋତ୍ସବକୁ ଲୋଇସିଂହା ବଲାଙ୍ଗିର ସୁର ସଙ୍ଗମ ପକ୍ଷରୁ ଅହମ୍ମଦ ନିସାରଙ୍କ ସଭାପତିତ୍ୱରେ ଏବଂ କବୟିତ୍ରୀ ସବିତା ମହରାଙ୍କ ସଂଯୋଜନାରେ ଅନୁଷ୍ଠିତ ମହୋତ୍ସବରେ ଗୁରୁ ଭଗବାନ ସାହୁଙ୍କୁ ବାଦ ଦେଇ ପଶ୍ଚିମ ଓଡ଼ିଶାର ଭାଷା କଳା ସଂସ୍କୃତି ଉପରେ ଆଲୋଚନା ଅସଂପୂର୍ଣ୍ଣ, ଗମନା ଗମନର ସୁବିଧା ନଥିବାର ସମୟରେ ୧୯୫୦ ମସିହାରୁ ଚାଲି ଚାଲି ନାଟକ ମାଧ୍ୟମରେ ଆମ କଳା ସଂସ୍କୃତିର ପ୍ରଚାର ପ୍ରସାର କରି କଳା ସଂସ୍କୃତିର ସୁବର୍ଣ୍ଣ ଯୁଗ ସୃଷ୍ଟି କରିଯାଇଛନ୍ତି ବୋଲି ବକ୍ତାଗଣ ମତାମତ ଦେବା ସହିତ ଏଭଳି ବ୍ୟକ୍ତିତ୍ଵଙ୍କ ପ୍ରତି ଅବହେଳା କଳା ସଂସ୍କୃତି କ୍ଷେତ୍ରରେ ଏକ କଳଂକିତ ଅଧ୍ୟାୟ ବୋଲି ବକ୍ତା ଗଣ ମତାମତ ଦେଇଥିଲେ । ମୁଖ୍ୟ ଅତିଥି ଭାବରେ ଗୀତିକାର ଧର୍ମ ସିଂ ମିଶ୍ର, ମୁଖ୍ୟ ବକ୍ତା ଭାବରେ ସାହିତ୍ୟିକ ସଚ୍ଚିଦାନନ୍ଦ ପଧାନ, ସମ୍ମାନୀତ ଅତିଥି ଭାବରେ କଳା ନିର୍ଦ୍ଦେଶକ ଗୋରୀ ଶଂକର ବେଜ, କୁନୁ, ଗୁରୁ ଚରଣ ଧୀର ଓ ଦିଲ୍ଲୀପ ମିଶ୍ର, କବୟିତ୍ରୀ ରଶ୍ମି ପାତ୍ର, ଗବେଷକ ରାମଚନ୍ଦ୍ର ପଟେଲ, କଥାକାର ଚିତ୍ତରଞ୍ଜନ ବିଶ୍ୱାଲ, କବି ପ୍ରସନ୍ନ ମେହେର, କବି ବିବେକ ବାଗ, ବଶିଷ୍ଠ ବିଶି, ବିରେନ୍ଦ୍ର ବେହେରା, ସଂଗୀତା ବାଗ ଯୋଗ ଦେଇଥିଲେ । ପରିଶେଷରେ ସଂପାଦକ ସରୋଜ ମହାକୁର ବିବରଣୀ ପାଠ ଓ ଧନ୍ୟବାଦ ଅର୍ପଣ କରିଥିଲେ । ମହୋତ୍ସବରେ ଅନେକେ ବୁଦ୍ଧିଜୀବୀ କଳା ସଂସ୍କୃତି ପ୍ରେମୀ ଯୋଗଦାନ କରିଥିଲେ ।

Leave A Reply

Your email address will not be published.