ନିଷାନ୍ ସାହିତ୍ୟ ସଂସଦ ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ଦେଶପ୍ରେମ କବିତା ଆସର ଅନୁଷ୍ଠିତ

ତୁଷୁରା, (କେପିଏନ୍‌ଏସ୍‌) : ନିଷାନ୍‌ ସାହିତ୍ୟ ସଂସଦ ତୁଷୁରା ବଲାଙ୍ଗିର ଆନୁକୂଲ୍ୟରେ ରବିବାର ଅପରାହ୍ନ ପାଞ୍ଚଟା ସମୟରେ ଆଭାସୀ ମାଧ୍ୟମରେ ଦେଶପ୍ରେମ କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଶ୍ୟାମସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାସ ସଭା ସଞ୍ଚାଳନ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ସାହିତ୍ୟିକ ତଥା ସ୍ତମ୍ଭକାର ତୁଳସୀ ଜୈନ ଯୋଗଦେଇ ରାଷ୍ଟ୍ର ସର୍ବୋପରି, ରାଷ୍ଟ୍ରର ଉର୍ଦ୍ଧ୍ଵରେ କେହି ନାହିଁ ଏବଂ ରାଷ୍ଟ୍ରର ପ୍ରଗତିରେ ସମସ୍ତଙ୍କର ପ୍ରଗତି ନିର୍ଭର କରେ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାହିତ୍ୟିକ, ନାଟ୍ୟକାର ତଥା ସିରଜିନାର ସଂପାଦକ ଶ୍ରୀ ରାଜେନ୍ଦ୍ର ମହାନ୍ତି ଯୋଗଦେଇ ସମସ୍ତଙ୍କୁ ରାଷ୍ଟ୍ରବାଦୀ କବି ହୋଇ ଦେଶରେ ନବ ଜାଗରଣ ସୃଷ୍ଟି କରିବାକୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ଯୁବକବି, ସଂଗଠକ ତଥା କଳା ଦହନାର ସଂପାଦକ ଦିନେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଦେଶଭକ୍ତି କବିତା ରଚନା କରି ଦେଶବାସୀଙ୍କ ମନରେ ଦେଶପ୍ରେମ ଜାଗରଣ କରିବାକୁ ଉପସ୍ଥିତ କବିକୁଳଙ୍କୁ ଆହ୍ୱାନ ଦେଇଥିଲେ । ନିଷାନ୍‌ର ମୁଖ୍ୟ ଉପଦେଷ୍ଟା ସୋମନାଥ ମିଶ୍ର ଓ ଗୋପିକୃଷ୍ଣ ପାଣ୍ଡିଆ ଆଲୋଚନା ଚକ୍ରରେ ଅଂଶ ଗ୍ରହଣ କରି ନିଜସ୍ଵ ମତ ପୋଷଣ କରିଥିଲେ । ସଭାରେ ଯୋଗଦେଇଥିବା ମୁଖ୍ୟ ଅତିଥି ଶ୍ରୀ ଜୈନ, ମୁଖ୍ୟବକ୍ତା ଶ୍ରୀ ମହାନ୍ତି ଓ ସମ୍ମାନିତ ଅତିଥି ଶ୍ରୀ ଭୋଇ ଭାଷା ସାହିତ୍ୟର ପ୍ରଗତିରେ ନିଷାନ୍‌ର ଭୂମିକାକୁ ଭୂୟସୀ ପ୍ରଶଂସା କରିଥିଲେ । ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ତୃପ୍ତିମୟୀ ତ୍ରିପାଠୀ ଆବାହନି ସଂଗୀତ ପରିବେଷଣ କରିଥିବା ବେଳେ ସଭା ଶେଷରେ ବରିଷ୍ଠ କବି ଆଶୁତୋଷ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ । ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା ଓ ରୋଶନ ସାହୁଙ୍କ ସୁନ୍ଦର ସଂଯୋଜନାରେ କବିତା ଆସର ଅନୁଷ୍ଠିତ ହୋଇଥିଲା । ଏଥିରେ କବୟିତ୍ରୀ ଶ୍ରଦ୍ଧାଞ୍ଜଳି ତ୍ରିପାଠୀ, ତୃପ୍ତିମୟୀ ତ୍ରିପାଠୀ, ହିରାବତୀ ସାହୁ, ପଦ୍ମାବତୀ ଆଚାର୍ଯ୍ୟ, ଆହ୍ଲାଦିନି ପାଣିଗ୍ରାହୀ ଦାସ, କବିତା ମିଶ୍ର, ନିରୂପମା ମିଶ୍ର, ରଶ୍ମି ପାତ୍ର, କୁଞ୍ଜବିହାରୀ ଷାଣ୍ଡ, ସହଦେବ ମେହେର, ସନ୍ତୋଷ ବେହେରା, ନାଭିଦତ୍ୟ ଦିଗାଲ୍, ପ୍ରସନ୍ନ ହୋତା, ଚାମ୍ପିଅନ୍‌ ଦାନି, ସରୋଜ ଆଚ୍ରା୍ୟ, ଶୁଭେନ୍ଦୁ ଷାଣ୍ଡ, ଚନ୍ଦ୍ରଭାନୁ ବେହେରା, ସତ୍ୟଭାନୁ ସାହୁ, ରାଜେନ୍ଦ୍ର ମହାନ୍ତି, ଦିନେଶ ଭୋଇ, ଆଶୁକବି ହେମନ୍ତ ଦାସ, ଶ୍ୟାମ ସୁନ୍ଦର ପ୍ରଧାନ, ସୋମନାଥ ମିଶ୍ର, ଗୋପିକୃଷ୍ଣ ପାଣ୍ଡିଆ ଓ କୃଷ୍ଣେନ୍ଦୁ ହୋତା ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଆସରରେ ପଶ୍ଚିମାଞ୍ଚଳର ଶତାଧିକ କବି, କବୟିତ୍ରୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.