oom

ବୌଦ୍ଧରେ ନବମ କଲର୍ ବେଲ୍ଟ ପ୍ରମୋସନ୍‌ ଟେଷ୍ଟ ଓ ସେକଣ୍ଡ ବ୍ଲାକ ବେଲ୍ଟ ଗ୍ରେଡିଂ ଟେଷ୍ଟ ଅନୁଷ୍ଠିତ

jsmm

ବୌଦ୍ଧ, (ଜୟାନନ୍ଦ ମିଶ୍ର) : ତାଏକୋଣ୍ଡୋ ଏକାଡେମୀ ବୌଦ୍ଧ ତରଫରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ବୌଦ୍ଧ ଜିଲ୍ଲା କ୍ୟୁରୋଗି ଓ ପୂମସି ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଯାଇଛି । ଦୁଇଦିନ ଧରି ଚାଲିଥିବା ଏହି ଚାମ୍ପିଅନ୍‌ସିପ୍‌ର ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ରାଜ୍ୟ ଲୋକପାଳ ସଭାପତି ଡ. ଦିଲ୍ଲୀପ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଣେ ଉତ୍ତମ ଖେଳାଳୀ ହୋଇ ଆମ ଜିଲ୍ଲା ତଥା ଦେଶର ନାମ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ଓଡ଼ିଶା ତାଏକୋଣ୍ଡୋ ଆସୋସିଏସନ୍‌ର ସାଧାରଣ ସମ୍ପାଦକ ମନମୋହନ ଭଞ୍ଜ ପର୍ଯ୍ୟବେକ୍ଷକ ତଥା ଅତିଥି ଭାବେ ଯୋଗଦେଇ ଖେଳ ଦ୍ଵାରା ନିଜ ଶରୀର ସୁସ୍ଥ ରଖି ଉତ୍ତମ ପାଠ ପଢି ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ ପ୍ରେରଣା ଦେଇଥିଲେ । ଏହି ଚାମ୍ପିଅନ୍‌ସିପ୍‌ରେ ୨୯ ଜଣ କଲର୍ ବେଲ୍ଟ ଟେଷ୍ଟରେ ଓ ୧୭ ଜଣ ବ୍ଲାକ ବେଲ୍ଟରେ ଭାଗ ନେଇ କୃତିତ୍ୱ ଅର୍ଜନ କରିଥିଲେ । ଉପସଭାପତି ବିଶ୍ୱରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କୋଚ୍ ତଥା ସାଧାରଣ ସମ୍ପାଦକ ଅଞ୍ଜିତ କୁମାର ସାହୁ ବିବରଣୀ ପଠନ କରିଥିବା ବେଳେ ବିଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ ଓ ସଞ୍ଜୟ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଯଜ୍ଞେଶ୍ଵର ମିଶ୍ର, ବିଶ୍ୱରଂଜନ ମହିଶାଳ, ଅରୁଣ ମେଣ୍ଡୁଲି, ରାମଚନ୍ଦ୍ର ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.