oom

ତୁରେକେଲା ଗାଁରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ : ବିଜେଡି ଓ ବିଜେପି ଦଳର କଂଗ୍ରେସରେ ଯୋଗଦେଲେ ଶତାଧିକ କର୍ମୀ

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତୁରେକେଲା ପଞ୍ଚାୟତ ସଦରର ଆମ୍ବ ତୋଟାଠାରେ ଆଜି ତୁରେକେଲା ଗାଁରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେଡି ଓ ବିଜେପି ଦଳକୁ ତ୍ୟାଗ କରି କଂଗ୍ରେସରେ ଯୋଗଦେଲେ ଶତାଧିକ କର୍ମୀ । ଭାଲୁମୁଣ୍ଡା, ତୁରେକେଲା ଓ ବିରିପାଲି ପଞ୍ଚାୟତକୁ ନେଇ ବିରାଟ କଂଗ୍ରେସ କର୍ମୀ ସମ୍ମିଳନୀ ହୋଇଥିଲା । ଏଥିରେ ବଙ୍ଗୋମୁଣ୍ଡା ବ୍ଲକ କଂଗ୍ରେସ ସଭାପତି ତଥା ପୂର୍ବତନ ବଙ୍ଗୋମୁଣ୍ଡା ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସଲୁଜା ଯୋଗ ଦେଇ କଂଗ୍ରେସ ଦଳକୁ ମଜବୁତ କରିବା ସହ ୨୦୨୪ ନିର୍ବାଚନରେ ବିଜୟୀ କରିବା ପାଇଁ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ । ଏଥିରେ ସମ୍ମାନି ଅତିଥି ଭାବେ ବିଧାୟକ ପ୍ରତିନିଧି ତଥା ସିନ୍ଧେକେଲା ସମିତି ସଭ୍ୟ ଭୋଳାନାଥ ବେହେରା, ଜିଲ୍ଲା ପରିଷଦ ସଦସ୍ୟ ଓମ୍‌ ପ୍ରକାଶ କୁମ୍ଭାର, ଭାଲୁମୁଣ୍ଡା ସମିତି ସଭ୍ୟଙ୍କ ପ୍ରତିନିଧି ଶ୍ୟାମ ସାହୁ, ତୁରେକେଲାର ସମିତି ସଭ୍ୟ ମୁରଲୀ କୁମ୍ଭାର, ତୁରେକେଲା ସରପଞ୍ଚଙ୍କ ପ୍ରତିନିଧି ରବୀନ୍ଦ୍ର ବେହେରା, ବିରିପାଲିର ସମିତି ସଭ୍ୟ ଯୋଗେଶ୍ୱର ବେହେରା, ବଙ୍ଗୋମୁଣ୍ଡା ବ୍ଲକ ଉପାଧ୍ୟକ୍ଷ କେଶବ ନାରାୟଣ ଜୈନ, ବଙ୍ଗୋମୁଣ୍ଡା ପୂର୍ବତନ ସରପଞ୍ଚ ସୁଶାନ୍ତ ଯୋଶୀ, ଦେବେନ୍ଦ୍ର ବହିଦାର, ବିରିପାଲି ସରପଞ୍ଚ ସୁରେଶ ବେହେରା ପ୍ରମୁଖ ଯୋଗଦେଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବିଜୟ ସୁନିଶ୍ଚିତ ବୋଲି ମତ ପ୍ରଦାନ କରିଥିଲେ । ଏହି ଅବସରରେ ଉକ୍ତ ତିନୋଟି ପଞ୍ଚାୟତର ଶତାଧିକ ବିଜେପି ବିଜେଡି କର୍ମୀ ବିଧାୟକ ଶ୍ରୀ ସଲୁଜା କାର୍ଯ୍ୟଶୈଳୀରେ ଅନୁପ୍ରାଣିତ ହୋଇ କଂଗ୍ରେସ ଦଳର ଯୋଗଦାନ କରିଥିଲେ । ସେମାନଙ୍କୁ ବିଧାୟକ ଉତ୍ତରୀୟ ସହ ସ୍ୱାଗତ କରିଥିଲେ । ଏଥିରେ ବହୁ କଂଗ୍ରେସ କର୍ମୀମାନେ ସାମିଲ ହୋଇଥିଲେ ।

jittmm
Leave A Reply

Your email address will not be published.