କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ବାର ଆସୋସିଏସନ ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ନିର୍ବାଚନରେ ଆଇନଜୀବୀ ସନ୍ତୋଷ କୁମାର ପଣ୍ଡା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଆଇନଜୀବୀ ମହେଶ ପ୍ରସାଦ ମହାପାତ୍ର ଉପସଭାପତି, ନିହାର ରଞ୍ଜନ ମିଶ୍ର ସମ୍ପାଦକ, ହେମନ୍ତ କୁମାର ଛତ୍ରିଆ ଯୁଗ୍ମ ସମ୍ପାଦକ, ଜୟନ୍ତ କୁମାର ମୁଣ୍ଡ କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବରିଷ୍ଠ କାର୍ଯ୍ୟକାରୀ ସଭ୍ୟ ଭାବେ ଗୌତମ ପଟ୍ଟନାୟକ, ବିନୟ କୁମାର ଦାସ, ଇଲା ସେଲମା, ଜ୍ୟୋସ୍ନା ମଞ୍ଜରୀ ମିଶ୍ର ଏବଂ କନିଷ୍ଠ କାର୍ଯ୍ୟକାରୀ ସଦସ୍ୟ ଭାବେ ଶକ୍ତି ସ୍ୱରୂପ ବେହେରା ନିର୍ବାଚିତ ହୋଇଛନ୍ତି । ବରିଷ୍ଠ ଆଇନଜୀବୀ ପ୍ରତାପ ଚନ୍ଦ୍ର ପ୍ରଧାନ ନିର୍ବାଚନ ଅଧିକାରୀ ଭାବେ ନିର୍ବାଚନ ପରିଚାଳନା କରିଥିଲେ । ବିଜୟ ଆଇନଜୀବୀ ମାନଙ୍କ ଶୁଭେଛୁମାନେ ବେଶ ଉତ୍ସାହିତ ଥିବା ଦେଖାଯାଇଛି ।
Next Post