
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକର ୨୯ନଂ ଜିଲ୍ଲା ପରିଷଦ ଜୋନ ଅନ୍ତର୍ଗତ ୭ଟି ପଂଚାୟତର ଦଳୀୟ କର୍ମକର୍ତ୍ତାଙ୍କୁ ନେଇ ଏକ ବିରାଟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ପିଟାପଡ଼ା ଡେମ ଛକରେ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ମୁଖ୍ୟ ନିର୍ବାଚନ ସଂଯୋଜକ ତଥା ପୂର୍ବତନ ମନ୍ତ୍ରୀ ଭୂପିନ୍ଦର ସିଂ ମୁଖ୍ୟ ଅତିଥି, ସହ ସଂଯୋଜକ କୁଚିଣ୍ଡା ବିଧାୟକ କିଶୋର ନାଏକ, ପ୍ରୀତମ ମେହେର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବିଶେଷଜ୍ଞ ସଦସ୍ୟ ତଥା ପୂର୍ବତନ ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, ବିଜେଡି ଯୁବନେତା ଗିରିରାଜ ସିଂ ମାଝୀ, ବରିଷ୍ଠ ବିଜେଡି ନେତା ଅଜୟ ଦାସ, ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ, ଜିଲ୍ଲା ସମ୍ପାଦକ ଫିରୋଜ ଖାଁ, ମୁରିବାହାଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ବ୍ଲକ ବିଜେଡ଼ି ସଭାପତି ମିନିକେତନ ପାତ୍ର, ଯୁବ ବିଜେଡ଼ି ବ୍ଲକ ସଭାପତି ଚିତ୍ତରଞ୍ଜନ ବାଗ, ବ୍ଲକ ଉପାଧ୍ୟକ୍ଷା ଯାଜ୍ଞସେନୀ ହାତୀ, ସମିତି ସଭ୍ୟ ଚକ୍ରଧର ହେର୍ଣ୍ଣା, ଟୁନାମଣି ମହାନନ୍ଦ, ସନ୍ୟାସୀ ପୁଟେଲଙ୍କ ସହ ବହୁ ସରପଞ୍ଚ ଓ ସମିତି ସଭ୍ୟ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ସମ୍ମିଳନୀରେ ପୂର୍ବ ସରପଞ୍ଚ ଅଗସ୍ତି ବାଗ, ଡୋଳାମଣି ବାଗ, କଶ୍ୟପ ସରାଫ, ଯୁଧିଷ୍ଠିର ଭରାସଗରିଆ, ଦିଲ୍ଲୀପ ପୃଷ୍ଟି, ତୀର୍ଥ ହାତୀଙ୍କ ସହ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ହୋଇ ମୁଖ୍ୟମନ୍ତ୍ରୀ ତଥା କଣ୍ଟାବାଞ୍ଜିର ବିଧାୟକ ପ୍ରାର୍ଥୀ ନବୀନ ପଟ୍ଟନାୟକ ଓ ଲୋକସଭା ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କୁ ଯୋଡି ଶଙ୍ଖରେ ଭୋଟ ଦେଇ ଲକ୍ଷାଧିକ ସଂଖ୍ୟକ ଭୋଟରେ ବିଜୟୀ କରିବା ପାଇଁ ସଂକଳ୍ପ ନେଇଥିଲେ । ଏହି ବୈଠକରେ ବହୁ କଂଗ୍ରେସ କର୍ମୀ ଓ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତି, ଆଦର୍ଶ ଓ ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡି ଦଳରେ ସାମିଲ ହୋଇଥିଲେ । ଏହି ବୈଠକରେ ଜୋନ ଅନ୍ତର୍ଗତ ୭ଟି ପଞ୍ଚାୟତର ଶତାଧିକ କର୍ମୀ ଯୋଗଦାନ କରିଥିଲେ ।
