ଟିଟିଲାଗଡ଼ ଉପଖଣ୍ଡ ସ୍ତରୀୟ ୭୯ତମ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଆଉ କିଛି ଦିନ ପରେ ଆସିବ ସ୍ଵାଧୀନତା ଦିବସ । ଏହି ଦିବସକୁ କିପରି ପାଳନ କରାଯିବ ସେ ନେଇ ଟିଟିଲାଗଡ଼ ଉପଖଣ୍ଡ ପ୍ରଶାସନ ଓ ସୂଚନା ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସହାୟକ ଜିଲ୍ଲାପାଳ ସନ୍ଦୀପ ଚନ୍ଦ୍ରକାରଙ୍କ ସଭାପତିତ୍ୱରେ ସ୍ଥାନୀୟ ବାଳକ ଉଚ୍ଚ ବିଦ୍ୟାଳୟ ସଭା ଗୃହରେ ଏକ ପୂର୍ବ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ସହାୟକ ଜିଲ୍ଲାପାଳ ମଙ୍ଗଳ ସିଂ ଭୋଇ, ବିଭିନ୍ନ ସ୍କୁଲର ଶିକ୍ଷକ, ଶିକ୍ଷୟତ୍ରୀ, ଡି ଏ ଭି ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ ତଥା ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କ ମତାମତ ଲୋଡ଼ିଥିଲେ । ଟିଟିଲାଗଡ଼ ଲାୟନ୍ସ କ୍ଲବର ପୂର୍ବତନ ଏମସିସି ସଦସ୍ୟ ସ୍ୱର୍ଗତ ସଞ୍ଜୟ ସାହୁଙ୍କ ସ୍ମୃତିରେ ଦୁଇଟି ପୁରସ୍କାର ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଥିଲେ କ୍ଲବ ସଭାପତି ସଞ୍ଜୟ ସୋନି । ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଚନ୍ଦ୍ରକାର ।

jittmm
Leave A Reply

Your email address will not be published.