ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲରେ ବନ ମହୋତ୍ସବ ସପ୍ତାହ : ଏକ ପେଡ ମା’ କେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ

  • ଯୋଗଦେଲେ ଟିଟିଲାଗଡ଼ ବନ ଅଧିକାରୀ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହର ତତଲାଗଡ ରୂପେ ପରିଚିତ । ତେବେ ଏହି ସହରର ତାପମାତ୍ରାକୁ ଯଦି ହ୍ରାସ କରିବାର ଅଛି ତାହେଲେ ଏଠାକାର ଲୋକଙ୍କୁ ବହୁ ପରିମାଣରେ ବୃକ୍ଷ ରୋପଣ କରିବାକୁ ପଡ଼ିବ । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାରଙ୍କ ଅଭିଯାନ ଅନ୍ତର୍ଗତ ଦେଶର ପ୍ରଧାନମନ୍ତ୍ରି ନରେନ୍ଦ୍ର ମୋଦିଙ୍କ ଆହ୍ୱାନ କ୍ରମେ ଟିଟିଲାଗଡ଼ ଓମ ଭ୍ୟାଲି ସ୍କୁଲର ଚେୟାରମେନ ଦୀପକ ସାହୁଙ୍କ ନିର୍ଦ୍ଦେଶନାରେ ସ୍କୁଲର ମୁଖ୍ୟ ପରାମର୍ଶଦାତା ରବିନ ଚନ୍ଦ୍ର ପରିମାଣିକଙ୍କ ତତ୍ତ୍ଵାବଧାନରେ ଗୁରୁବାର ଅପରାହ୍ନରେ ଚାହାରଭଟା ସ୍ଥିତ ଓମ ଭ୍ୟାଲି ସ୍କୁଲରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଟିଟିଲାଗଡ଼ ବନଖଣ୍ଡ ଅଧିକାରୀ ସଚିଦାନନ୍ଦ ସୁବୁଦ୍ଧି, ସମ୍ମାନିତ ଅତିଥି ଭାବେ ଲାୟନ୍ସ କ୍ଲବ ସଭାପତି ଓ ସଦସ୍ୟଙ୍କୁ ନିମନ୍ତ୍ରିତ କରାଯାଇଥିଲା । ପ୍ରଥମେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ବୃକ୍ଷର ଉପକାରିତା କଣ ? ବୃକ୍ଷ ରୋପଣ କାହିଁକି କରାଯାଏ ? ବୃକ୍ଷ ରୋପଣ ପରେ ତାହାର ଯତ୍ନ କିପରି ନିଆଯାଏ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ସୁବୁଦ୍ଧି । ତାପରେ ଲାୟନ୍ସ କ୍ଲବର ବରିଷ୍ଠ ସଦସ୍ୟ ଡ. ଘନଶ୍ୟାମ ଜୈନ ବୃକ୍ଷ ଆମ ଜୀବନରେ କେତେ ଜରୁରୀ ସେ ବିଷୟରେ ଆଲୋକପାତ କରିବା ସହ ବୃକ୍ଷ ସମ୍ବନ୍ଧରେ ଛାତ୍ରଛାତ୍ରୀଙ୍କୁ ଏକ କବିତା ଶୁଣାଇଥିଲେ । ଏହାପରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିଜେ ବନଖଣ୍ଡ ଅଧିକାରୀ ଚ୍ଚିଦାନନ୍ଦ ସୁବୁଦ୍ଧି ନିଜେ ଏକ ଗଛ ଲଗାଇ ଦେଖାଇବା ପରେ ଛାତ୍ରଛାତ୍ରୀ ଏବଂ ଲାୟନ୍ସ କ୍ଲବର ସଭାପତି ସଞ୍ଜୟ ସୋନି, ସମ୍ପାଦକ ପଙ୍କଜ ନାମଦେବ, କୋଷାଧ୍ୟକ୍ଷ ବିନୟ ଜୈନ, ବରିଷ୍ଠ ସଦସ୍ୟ ମଦନ ପୃଷ୍ଟି, ଲିଓ କ୍ଲବ ସଦସ୍ୟ ମାନେ ବୃକ୍ଷ ରୋପଣ କରିଥିଲେ । ଏହା କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ସ୍କୁଲର ହେଡ ଅଫ ଏକାଡେମୀକ ସିଦ୍ଧାନ୍ତ ମିଶ୍ର, ସିନିଅର କରଡିନେଟର ସସ୍ମିତା ଦଳାଇ ଓ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.