
ରାଉରକେଲା, (ସସ୍ମିତା ପ୍ରଧାନ) : ହମିରପୁର ସ୍ଥିତ ତାରିଣୀ ମନ୍ଦିର ପ୍ରାଙ୍ଗଣରେ ଜନସାଧାରଣଙ୍କ ସୁବିଧା ନିମନ୍ତେ ଏକ ରେଭେନ୍ୟୁ କ୍ୟାମ୍ପ ଅନୁଷ୍ଠିତ ହୋଇଯାଇଛି । ହମିରପୁର ଉନ୍ନୟନ ପରିଷଦର ସଭାପତି ଡ଼ଃ ସୁମନ ଦତ୍ତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କ୍ୟାମ୍ପରେ ଆରଆଇ ଦୀପମାଲା ବୋଷ ଓ ସହଯୋଗୀ ଭାବେ ରୋଜିତା କୁଜୁର ଉପସ୍ଥିତ ରହି ଖଜଣା, ପଟ୍ଟା ସଂଶୋଧନ ଓ ଅନ୍ୟାନ୍ୟ ଜମିଜମା କାର୍ଯ୍ୟକ୍ରମ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଏହି ଅବସରରେ ପ୍ରାୟ ୩୨ଟି କେଶର ସମାଧାନ କରାଯାଇଥିଲା । ସେହିପରି ଆସନ୍ତା ୧୭ ତାରିଖ ମଙ୍ଗଳବାର ଦିନ ଅନ୍ୟ ଏକ କ୍ୟାମ୍ପ ହମିରପୁର ସ୍ଥିତ ମିଲନ କ୍ଲବଠାରେ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଆଜିର ଏହି କ୍ୟାମ୍ପକୁ ପରିଚାଳନାରେ ଡ଼ଃ ସୁମନ ଦତ୍ତ, ଦେଓନିସ ଲାକ୍ରା, ସନ୍ତୋଷ ରାଜଗୁରୁ, ବିଷ୍ଣୁ ଚରଣ ନାୟକ, ଦେଓନିସ କିଣ୍ଡୋ, ଡ଼ା ଗୋପାଳ ଚନ୍ଦ୍ର ରାୟ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।