
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଲଣ୍ଡାପଥର ପଞ୍ଚାୟତ ଝିଙ୍କେରମାଲ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଷଷ୍ଠ କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ହୋଇଯାଇଛି । ପ୍ରଧାନ ଶିକ୍ଷକ ହିମାଂଶୁ ଶେଖର ନାଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ପ୍ରାଥମିକ ଶିକ୍ଷା ପଦ୍ଧତିକୁ ନେଇ ଉପସ୍ଥିତ ଶିକ୍ଷକଙ୍କୁ ତାଲିମ ପ୍ରଦାନ କରାଯାଇଥିଲା । ସିଆର୍ସିସି ସତ୍ୟନାରାୟଣ ସେନାପତି ପ୍ରଶିକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଅତିରିକ୍ତ ଶିକ୍ଷା ଅଧିକାରୀ ଦାଶରଥି ଥନାପତି ବୈଠକରେ ଉପସ୍ଥିତ ଥିଲେ । ବୈଠକରେ ଡଙ୍ଗରପଡ଼ା କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ, ଏଫ୍ଏଲ୍ଏନ୍ ଶିକ୍ଷକମାନେ ଯୋଗ ଦେଇଥିଲେ । ପ୍ରଧାନ ଶିକ୍ଷକ ରାଧାମୋହନ ମିଶ୍ର, ନିକୁଞ୍ଜ ବିହାରୀ ହରପାଲ, ସୁଜ୍ଞାନ ସେଠ୍, ବିଧାନ ସେଠ୍, ହିମାଂଶୁ ଶେଖର ନାଗ, ପଞ୍ଚୁ ଭୋଇ, ହିରଣ୍ମୟୀ ସୁନା ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଜଗଦା ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।