ଲୋଇସିଂହା, (କେପିଏନ୍ଏସ୍) : ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ସଂକୁଳ ସ୍ତରୀୟ ବିଦ୍ୱତ୍ ପରିଷଦ ଆଲୋଚନାଚକ୍ର ଏବଂ ଶିଶୁ ଭାରତୀ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅବସରପ୍ରାପ୍ତ ଇତିହାସ ଅଧ୍ୟାପକ କାହ୍ନୁ ଚରଣ ଦର୍ଜୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ‘ଭାରତର ସ୍ଵ’ ବିଷୟକ ଆଲୋଚନା କରାଯାଇଥିଲା । ଏଥିରେ ବିଦ୍ୱାନ ମାନଙ୍କ ମଧ୍ୟରେ ସୁବାସ ପଟେଲ, ଆନନ୍ଦ ପଶାୟତ, ରାମଚନ୍ଦ୍ର ପଟେଲ, ଗୌର ନିତେଇ ପତ୍ରୀମାଲି, ଜଗଦାନନ୍ଦ ବିଶ୍ଵାଳ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଙ୍କୁଳ ଅନ୍ତର୍ଗତ ୭ଟି ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ଶିଶୁ, ଆଚାର୍ଯ୍ୟ ଆଚାର୍ଯ୍ୟା ଯୋଗ ଦେଇଥିଲେ । ସେହିପରି ଶିଶୁ ଭାରତୀ ପଦାଧିକାରୀ ବୈଠକରେ ଶିଶୁମାନଙ୍କ ଦକ୍ଷତା ବିକାଶ, ନେତୃତ୍ୱ ନେବାର ବିକାଶ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ପ୍ରଧାନ ଆଚାର୍ଯ୍ୟ ଶିବ ବାରିକ ଉଦ୍ଦେଶ୍ୟ କଥନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ସଂକୁଳ ପ୍ରମୁଖ କମଳ ଲୋଚନ ତ୍ରିପାଠୀ ଯୋଗ ଦେଇଥିଲେ । ପରିଶେଷରେ ପରିଚାଳନା ସମିତି କୋଷାଧ୍ୟକ୍ଷ ପ୍ରଶାନ୍ତ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Next Post