ବ୍ଲକସ୍ତରୀୟ ପାରମ୍ପରିକ ଖାଦ୍ୟ ମେଳା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମିଶନ ଶକ୍ତି ସଭାଗୃହରେ ଗ୍ଲୋବାଲ ଗ୍ରୀନ ସଂସ୍ଥା ଓ ଜିଲ୍ଲା କୃଷି ଅଧିକାରୀ ସୁବର୍ଣ୍ଣପୁରଙ୍କ ସହଯୋଗରେ ବ୍ଲକସ୍ତରୀୟ ଖାଦ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମହିଳା ସ୍ୱୟଂ ସହାୟିକା ସଦସ୍ୟା, ଚାଷୀ ଓ ଶ୍ରୀଅନ୍ନ ଯୋଜନାରେ ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟରତ ସିଆର୍‌ପିମାନେ ଅଂଶ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରିୟଦର୍ଶିନୀ ମିର୍ଦ୍ଧା, ଶ୍ରୀଅନ୍ନ ଯୋଜନାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଭବାନୀଶଙ୍କର ମେହେର, ସ୍କିମ ଅଫିସର ସୌମ୍ୟରଞ୍ଜନ ପ୍ରଧାନ, ବୀରମହାରାଜପୁର କୃଷି ଅଧିକାରୀ ଯଶୋବନ୍ତ ପଧାନ, ମିଶନ ଶକ୍ତି ବିପିସି ଶାନ୍ତନୁ ମେହେର, ବିଧାୟକ ପ୍ରତିନିଧି ବେଣୁଧର ଦାସ, ଏମ୍‌ପି ପ୍ରତିନିଧି ନଳିନୀ ପଣ୍ଡା ପ୍ରମୁଖ ଯୋଗଦେଇ ପାରମ୍ପରିକ ଖାଦ୍ୟର କିପରି ପୁନରୁଦ୍ଧାର ହୋଇପାରିବ ତାହା ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରାୟ ୬୮ ପ୍ରକାରର ପାରମ୍ପରିକ ଖାଦ୍ୟ ପ୍ରଦର୍ଶିତ ହୋଇ ତାହାର ଉପକାରିତା ସମ୍ପର୍କରେ ଆଲୋଚନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଶ୍ରୀଅନ୍ନ ଯୋଜନାର ବିପିସି ବିଶ୍ୱେଶ କୁମାର ଶତପଥୀ ସଂଯୋଜନା କରିଥିବା ବେଳେ ଚାଷୀ ବନ୍ଧୁ ଏଗ୍ରିକଲ୍‌ଚର୍‌ ପ୍ରଡ୍ୟୁସର୍‌ କମ୍ପାନୀର ସିଇଓ ସୁଧାଂଶୁ ଶେଖର ନାଗ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.