ସମତା ଜୋନ୍ ଆନୁକୂଲ୍ୟରେ ପ୍ରଥମ ମଣ୍ଡଳ ସ୍ତରୀୟ ଆଗାମୀର ଅଗ୍ରଦୂତ ସମ୍ମିଳନୀ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଶ୍ରୀଅରବିନ୍ଦ ରାଉରକେଲା ସ୍କୁଲଠାରେ ସମତା ଜୋନ୍ ଆନୁକୂଲ୍ୟରେ ପ୍ରଥମ ମଣ୍ଡଳ ସ୍ତରୀୟ ଆଗାମୀର ଅଗ୍ରଦୂତ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନୂଆଦିଲ୍ଲୀରୁ ଇନକମଟ୍ୟାକ୍ସ କମିଶନର ସୃଜନୀ ମହାନ୍ତି, ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପ୍ରଫେସର ଅରୁଣ କୁମାର ତ୍ରିପାଠୀ, କଟକରୁ ସ୍ଵରାଜ ଭାଇ, ବିକାଶ ଭାଇ, କୋରାପୁଟରୁ ହରି ଭାଇ ଓ ଅନ୍ୟାନ୍ୟ ଭାଇ, ଅପା ମାନେ ଯୋଗ ଦେଇଥିଲେ । ସ୍କୁଲର ସଭାପତି ଡକ୍ଟର ଜ୍ୟୋତ୍ସ୍ନା ପଟ୍ଟନାୟକ ସମସ୍ତଙ୍କୁ ସ୍ଵାଗତ କରିଥିଲେ, ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ର ସମ୍ମିଳନୀର ତାତ୍ପର୍ଯ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରାଜଗାଙ୍ଗପୁର ଶ୍ରୀଅରବିନ୍ଦ ସ୍କୁଲର ଯୋଗ ଶିକ୍ଷୟିତ୍ରୀ ଶଶିରେଖା ପୁଟେଲ ପିଲାମାନଙ୍କୁ ଯୋଗ ଶିକ୍ଷା ପ୍ରଦାନ କରିଥିଲେ । ରସରାଜ ଭାଇ ଓ ତାପସ ଭାଇ କୁଇଜ୍‌ କାର୍ଯ୍ରକ୍ରମକୁ ପରିଚାଳିତ କରିଥିଲେ । ଶିକ୍ଷୟିତ୍ରୀ ଗୀତାରାଣୀ ବେହେରା, ବନ୍ଦନା ଦାସ ପ୍ରମୁଖ ନୃତ୍ୟ, ଗୀତ ପରିବେଷଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ସ୍କୁଲର ବରିଷ୍ଠ ଶିକ୍ଷୟିତ୍ରୀ ଅଞ୍ଜଳି ମହାନ୍ତି, କଳ୍ପନା ଚୌଧୁରୀ, ଓ ଅନ୍ୟାନ୍ୟ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମକୁ ସୁନ୍ଦର ଭାବରେ ପରିଚାଳନା କରିବାରେ ସାହାଯ୍ୟ କରିଥିଲେ । ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେଓଗଡର ବିଭିନ୍ନ ଶ୍ରୀଅରବିନ୍ଦ ସ୍କୁଲ ଗୁଡିକରୁ ପ୍ରାୟ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଆଧ୍ୟାତ୍ମିକ ଧାରାରେ ଏକ ଉଚ୍ଚତର, ସୁସ୍ଥତର ଜୀବନକୁ ଗଢ଼ିବା ଦିଗରେ ଏହି କାର୍ଯ୍ୟକ୍ରମ ପିଲା ମାନଙ୍କୁ ରାସ୍ତା ଦେଖାଇବାରେ ଅନେକ ସହଯୋଗ କରିବ ବୋଲି କୁହାଯାଉଛି । ଏହି ଅବସରରେ ସମ୍ପାଦକ ଡାକ୍ତର ପ୍ରଶାନ୍ତ କୁମାର ପାତ୍ରଙ୍କ ସମ୍ପାଦିତ ଏକ କ୍ଷୁଦ୍ର ପତ୍ରିକାକୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଶେଷରେ କାର୍ଯ୍ୟକ୍ରମର ସଫଳ ରୂପାୟନ ପାଇଁ ବିଦ୍ୟାଳୟର ଅଧ୍ୟକ୍ଷା ଅଞ୍ଜଳି ଶତପଥୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.