ଏଚ୍‌ଆଇଭି ଏଆଇଡିଏସ୍‌କୁ ନେଇ ସଚେତନତା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ଠାରେ ଆଜି ଏଚ୍‌ଆଇଭି ଏଆଇଡିଏସ୍‌କୁ ନେଇ ଏକ ସଚେତନତା ସଭା ଅନୁଷ୍ଠିତ ହୋଯାଇଛି । ଜିଲ୍ଲା ରେଡ୍‌କ୍ରସ୍ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ସଭାରେ ଜିଲ୍ଲା ସଂଯୋଜକ ଦଇତାରୀ ପୁଝାରୀ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ପିଲାଙ୍କୁ ରେଡ୍‌କ୍ରସ୍‌ର ଇତିହାସ, ବିକାଶ ଉପରେ ବିସ୍ତୃତ ଭାବେ କହିବା ସହ ଏଆଇଡିଏସ୍‌ର ଭୟାଭୟତା ଓ ଏହାର ନିରାକରଣ ସକାଶେ କଣ କଣ ସବୁ ପଦକ୍ଷେପ ନେବା ଉଚିତ୍ ପ୍ରାଞ୍ଜଳ ଭାବେ ବୁଝାଇଥିଲେ, ଏହା ସହ ରେଡ୍‌କ୍ରସ୍ ସ୍ଵେଚ୍ଛାସେବୀ ହେଲେ ସରକାରୀ ସ୍ତରରେ କି କି ସୁବିଧା ମିଳିଥାଏ ପରାମର୍ଶ ଦେଇଥିଲେ । ଏଡ୍‌ସ୍‌କୁ ନେଇ ରୁଢ଼ିବାଦୀ ଓ ରକ୍ଷଣଶୀଳ ଚିନ୍ତାଧାରା ପରିହାର କରି ପରିବାର, ସାଙ୍ଗସାଥୀମାନଙ୍କ ସହ ଆଲୋଚନା କରିବାକୁ ଅନୁରୋଧ କରିଥିଲେ । ରକ୍ତଦାନ ମହତ ଦାନ ବିଷୟରେ ପିଲାଙ୍କୁ ବୁଝାଇଥିଲେ । ମହାବିଦ୍ୟାଳୟରେ ଏହି ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଅଧ୍ୟକ୍ଷ ଘନଶ୍ୟାମ ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଡ. ଅମୃତ ସିଂ ବରିହା, ଉଦ୍ଦେଶ୍ୟ ଜ୍ଞାପନ କରିଥିବାବେଳେ ହୃଷୀକେଶ ଦାସ ଧନ୍ୟବାଦ୍ ଅର୍ପଣ କରିଥିଲେ । ଡ. କୌତୁକ ପନ୍ଦର ସଭା ସଞ୍ଚାଳନ କରିଥିବା ବେଳେ ଡ. ଅଶୋକ କୁମାର ମହାରଣା ପୁରସ୍କାର ବିତରଣରେ ସାହାଯ୍ୟ କରିଥିଲେ । ଡ. ରମଣୀ ନାଏକ, କମଳାକାନ୍ତ କରାଲି, ବନ୍ଦନା ବାର୍, ମଚିନ ସାହୁ, ବିଶ୍ଵ ଭୂଷଣ ବିଶ୍ଵାଳ, ମଧୁସ୍ମିତା ମିଶ୍ର ପ୍ରମୁଖ ସାହାଯ୍ୟ ସହଯୋଗ କରିଥିଲେ ।

Leave A Reply

Your email address will not be published.